fbpx

(Video)ଗୁଗଲ ସିଇଓ ଅଫିସ୍‌ରେ ପଶିଲା ପୋଲିସ୍‌, ବହୁ ଲୋକ ଗିରଫ, କ’ଣ ରହିଛି କାରଣ

ନୂଆଦିଲ୍ଲୀ:ଗୁଗଲର କର୍ମଚାରୀଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ଏହି ସମସ୍ତ କର୍ମଚାରୀ ନ୍ୟୁୟର୍କ ଓ କାଲିଫର୍ଣ୍ଣିଆର ସ୍ଥିତ ଅଫିସ୍‌ରେ ଆନ୍ଦୋଳନ କରୁଥିଲେ । ଏହାପରେ ସେମାନଙ୍କୁ ଗିରଫ କରାଯାଇଛି । ପ୍ରଦର୍ଶନକାରୀଙ୍କ ଅଭିଯୋଗ ରହିଛି କି କମ୍ପାନୀ ଇସ୍ରାଏଲ ସରକାର ସହ ମିଶି କାମ କରୁଛି । ଏହାପରେ ୯ ଜଣଙ୍କୁ ଗିରଫ କରାଯାଇ ଜେଲ୍‌ରେ ବନ୍ଦ କରି ଦିଆଯାଇଛି । ଇସ୍ରାଏଲ ଓ ଗାଜା ବିରୁଦ୍ଧରେ ଯୁଦ୍ଧ ଜାରି ରହିଛି । ଏପରି ସ୍ଥିତିରେ ଗୁଗଲ ଅଫିସରେ ପ୍ରଦର୍ଶନ କରୁଥିବା କର୍ମଚାରୀମାନେ ଦାବୀ କରିଛନ୍ତି କି ଆମେରିକାର ଏହି ଟେକ୍ କମ୍ପାନୀ ଇସ୍ରାଏଲ୍ ସରକାରଙ୍କ ସମର୍ଥନ କରୁଛି । ସେମାନେ କହିଛନ୍ତି ଯୁଦ୍ଧ ମଧ୍ୟରେ କୌଣସି ଗୋଟିଏ ଦେଶକୁ ଟେକ୍ନୋଲଜି ଯୋଗାଇବା ଉଚିତ କି?

ପ୍ରଦର୍ଶନକାରୀଙ୍କ ମୁଖବକ୍ତା ଜାନ୍ ଚୁଙ୍ଗ କହିଛନ୍ତି, ଗୁଗଲର ୨ ଗୋଟି ଅଫିସ୍‌ରୁ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି । ଜଣେ ପ୍ରଦର୍ଶନକାରୀ ଭିଡିଓ ରେକର୍ଡ କରିଛନ୍ତି ଓ ତାହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି କି ପୋଲିସ ନ୍ୟୁୟର୍କ ସ୍ଥିତ ଗୁଗଲ ଅଫିସ୍‌ରେ ପଶି ପ୍ରଦର୍ଶନକାରୀଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛି । କିନ୍ତୁ ପ୍ରଦର୍ଶନକାରୀ ଏହା ନ ମାନିବାରୁ ସେମାନଙ୍କୁ ଗିରଫ କରିଛି ।

ଅନ୍ୟପକ୍ଷରେ ଗୁଗଲର ମୁଖବକ୍ତା କହିଛନ୍ତି କମ୍ପାନୀର ପଲିସି ବିରୁଦ୍ଧରେ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମଙ୍ଗଳବାର ନ୍ୟୁୟର୍କ ଓ କାଲିଫର୍ଣ୍ଣିଆ ସ୍ଥିତ ଗୁଗଲ ଅଫିସ୍‌ରେ ପ୍ରଦର୍ଶନକାରୀ ଜବରଦସ୍ତ ପଶି ଯାଇଥିଲେ ଓ କମ୍ପାନୀ ବିରୁଦ୍ଧରେ ନାରା ଦେଇଥିଲେ । ସେମାନେ ଦାବୀ କରିଥିଲେ କି ଗୁଗଲ ଏହାର ୧.୨ ବିଲିୟନ ଡଲାରର କଣ୍ଟ୍ରାକ୍ଟ ଫେରାଇ ନେବା ଉଚିତ ଯାହା ଆମାଜନ୍ ସହ ମିଶି କରିଛି । ଆମାଜନ୍ ଇସ୍ରାଏଲ୍ ସରକାରକୁ କ୍ଲାଉଡ୍ ସର୍ଭିସ ଓ ଡାଟା ସର୍ଭିସ୍ ପ୍ରୋଭାଇଡ୍ କରୁଛି ।

Get real time updates directly on you device, subscribe now.