fbpx

Big Breaking; ପଶ୍ଚିମ ଓଡ଼ିଶାର ନିର୍ବାଚନ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ: ସମ୍ବଲପୁରରେ ବଦଳିବେ ବିଜେଡି ପ୍ରାର୍ଥୀ!

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଆସିଛି ଆଉ ଏକ ଟ୍ୱିଷ୍ଟ । ମୁଖ୍ୟମନ୍ତ୍ରୀ କେଉଁଠୁ ଲଢିବେ ନିର୍ବାଚନ, ସେ ନେଇ ମଧ୍ୟ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । କୁହାଯାଉଛି ଏଥର ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ କଣ୍ଟାବାଞ୍ଜି ଆସନକୁ ଟାର୍ଗେଟ ହୋଇଥିବା ରାଜନୀତି ମାହୋଲରେ ଚର୍ଚ୍ଚା ହେଉଛି । ଏହାସହିତ ଦୁଇଟି ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରିବା ନେଇ ପ୍ଲାନ କରୁଛି ବିଜୁ ଜନତା ଦଳ । ବିଶେଷ କରି ସମ୍ବଲପୁର ଆସନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ, ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଆସନକୁ ନେଇ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ରାଜ୍ୟ ରାଜନୀତିରେ ଗୋଟିଏ ବଡ଼ ପ୍ରଶ୍ନ, କେଉଁଠୁ ଲଢିବେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ? ତେବେ ଆଲୋଚନା ହେଉଛି ଯେ, ଏଥର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର କୌଣସି ବିଧାନସଭା ଆସନରୁ ନିର୍ବାଚନ ଲଢିପାରନ୍ତି । ତେଣୁ ଏଥର କଣ୍ଟାବାଞ୍ଜି ଆସନ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ବର୍ତ୍ତମାନ ସୁଦ୍ଧା ବିଜେଡି କଣ୍ଟାବାଞ୍ଜି ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହା ରିଜର୍ଭ ଥାଇପାରେ ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି ।

ସେପଟେ ସମ୍ବଲପୁର ଏବଂ ରେଢାଖୋଲ ଆସନକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି । ତେଣୁ ଏହି ଆସନ ପାଇଁ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇପାରେ । ତେବେ ଏମିତି ହେଲେ ଏହା ରାଜ୍ୟ ରାଜନୀତି ପାଇଁ ନିର୍ବାଚନ ପୂର୍ବରୁ ଆଉ ଏକ ଟ୍ୱିଷ୍ଟ ହୋଇପାରେ । ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୋଷ ଥିବା ସୂଚନା ମିଳିଛି । ତେଣୁ ସମ୍ବଲପୁର ଏବଂ ରେଢାଖୋଲ ଆସନ ପାଇଁ ପ୍ରାର୍ଥୀ ଅଦଳବଦଳ କରିପାରେ ବିଜୁ ଜନତା ଦଳ ।

Get real time updates directly on you device, subscribe now.