fbpx

ବାସନ ଧୋଇବାକୁ କଷ୍ଟ ହେବାରୁ ବ୍ୟକ୍ତି ଆପଣାଇଲେ ସହଜ ଉପାୟ, ଭିଡିଓ ହେଉଛି ଭାଇରାଲ୍‌

ଓଡ଼ିଶା ଭାସ୍କର: ଆମକୁ ପ୍ରତିଦିନ ବାସନ ଧୋଇବାକୁ ବହୁତ କଷ୍ଟ ହୋଇଥାଏ । ଏହି କାରଣରୁ ଆମେ ଯେତେ ପାରିଥାଉ ସେତେ କମ୍ ବାସନ ବ୍ୟବହାର କରିଥାଉ । କିନ୍ତୁ ଏଥିପାଇଁ ଜଣେ ବ୍ୟକ୍ତି ଏପରି ଉପାୟ ଆପଣାଇଛନ୍ତି ଯାହା ଆପଣଙ୍କ ହୋସ୍ ଉଡାଇଦେବ । ଏହି ବ୍ୟକ୍ତିଙ୍କ ଭିଡିଓ ଶିଳ୍ପପତି ହର୍ଷ ଗୋଏଙ୍କା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି ।

ବ୍ୟକ୍ତି ଜଣକ ପ୍ଲେଟ୍‌ରେ ଖାଦ୍ୟ ପରଷିବା ପୂର୍ବରୁ ତାକୁ ପ୍ଲାଷ୍ଟିକ୍‌ରେ କଭର କରି ଦେଉଛନ୍ତି ଓ ତାହା ଉପରେ ଖାଦ୍ୟ ରଖୁଛନ୍ତି । ସେ ଚାମଚକୁ ବି ପ୍ଲାଷ୍ଟିକ୍‌ରେ କଭର କରୁଛନ୍ତି । ଏପରିକି ସେ ଯେଉଁ କପ୍‌ରେ ପାଣି ପିଉଛନ୍ତି ତାକୁ ବି ପ୍ଲାଷ୍ଟିିକରେ ଗୁଡାଇ ଦେଇଛନ୍ତି । ପାଣି ପିଇ ସାରିବା ପରେ କିମ୍ବା ଖାଦ୍ୟ ଖାଇ ସାରିବା ପରେ ସେ ପ୍ଲାଷ୍ଟିକକୁ କାଢି ଫିଙ୍ଗି ଦେଉଛନ୍ତି । ଏପରି କରିବା ଦ୍ୱାରା ତାଙ୍କୁ ଆଉ ପ୍ରତିଦିନ ବାସନ ଧୋଇବାକୁ ପଡୁନାହିଁ ।

ଭିଡିଓଟିକୁ ଏ ପର୍ଯ୍ୟନ୍ତ ୭୨ ହଜାରରୁ ଅଧିକ ୟୁଜର୍ସ ଦେଖିସାରିଥିବା ବେଳେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହି ଏହାକୁ ପ୍ରଶଂସା କରିଥିବା ବେଳେ କେହି କେହି ପ୍ଲାଷ୍ଟିକ୍‌ର ଅଧିକ ବ୍ୟବହାର ଲାଗି ତାଙ୍କୁ ଗାଳି ବି କରିଛନ୍ତି ।

Get real time updates directly on you device, subscribe now.