fbpx

(Vide) ଲାଞ୍ଚର ଅଭିନବ ତରିକା: ପରୀକ୍ଷାରେ ପାସ୍ ପାଇଁ ଆନସର ଶିଟ୍ ଭିତରେ ୨୦୦ ଟଙ୍କିଆ ନୋଟ୍ ପଠାଇଲେ ଛାତ୍ର

ନୂଆଦିଲ୍ଲୀ: ଅନେକ ପିଲା ଭଲ ପାଠ ପଢ଼ି ପରୀକ୍ଷାରେ ଭଲ ନମ୍ବର ରଖୁଥିବା ବେଳେ ଆଉ କିଛି ପିଲାଙ୍କ ପାଇଁ ପରୀକ୍ଷାରେ ପାସ୍ କରିବା ଅତ୍ୟନ୍ତ ମୁସ୍କିଲ କାର୍ଯ୍ୟ ହୋଇଯାଇଥାଏ । ତେଣୁ ଏଭଳି ସ୍ଥିତିରେ କିଛି ଛାତ୍ର ଠକାମି ପନ୍ଥାକୁ ଆପଣାଇ ନେଇଥାନ୍ତି । ପୂର୍ବରୁ ଏଭଳି କିଛି ମାମଲା ସାମ୍ନାକୁ ଆସିଥିବା ବେଳେ ଏହା ମଧ୍ୟରେ ପରୀକ୍ଷାରେ ପାସ୍ କରିବା ପାଇଁ ଜଣେ ଛାତ୍ର ନୂଆ ତରିକା ଆପଣାଇଛନ୍ତି । ଛାତ୍ର ଜଣଙ୍କ ପରୀକ୍ଷାର ଆନସର ଶିଟ୍ ଭିତରେ ଶିକ୍ଷକଙ୍କ ନିକଟରୁ ଲାଞ୍ଚ ପଠାଇଥିବା ନେଇ ଏକ ଭିଡିଓ ସାମ୍ନାକୁ ଆସିଛି ।

ଭିଡିଓରେ ଶିକ୍ଷକ ଜଣଙ୍କ ଆନସର ଶିଟକୁ ଜୁମ୍ କରି ଦେଖାଇଥିଲେ, ଖାତା ଭିତରେ ଏକ ୨୦୦ ଟଙ୍କିଆ ନୋଟ୍ ମୋଡ଼ା ହୋଇ ରଖାଯାଇଥିଲା । ଏହି ଟଙ୍କା ପାଇବା ପରେ ଶିକ୍ଷକ ତାଙ୍କୁ ପାସ୍ କରାଇଦେବେ ବୋଲି ଛାତ୍ର ଜଣଙ୍କ ଆଶା କରିଥିଲେ । ଏଥିସହିତ ଛାତ୍ର ଜଣଙ୍କ ଆନସର ଶିଟରେ ଲେଖିଥିଲେ, ‘ଯାହାହେଉ ଗୁରୁଙ୍କ ନିକଟକୁ ମୋର କପି ପହଞ୍ଚିଗଲା, ଯଦି ସେ ଚାହିଁବେ ତେବେ ମୋତେ ପାସ୍ କରିଦେବେ ।’ ମାତ୍ର ଏପରି କିଛି ଘଟିନଥିଲା । ଶିକ୍ଷକ ଛାତ୍ରଙ୍କୁ ଶୂନ୍ ନମ୍ବର ଦେଇଥିଲେ ।

ତେବେ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଇଥିଲେ । ଜଣେ ବ୍ୟକ୍ତି ଲେଖିଥିଲେ, ‘ଉକ୍ତ ଛାତ୍ରଙ୍କୁ ଉକ୍ତ ଟଙ୍କା ଫେରସ୍ତ କରି ଦିଅନ୍ତୁ ।’ ଆଉ ଜଣେ ଲେଖିଥିଲେ, ‘ଛାତ୍ର ଜଣଙ୍କ ଅତିକମରେ ୧୦୦୦ ଟଙ୍କା ଅଫର କରିବାର ଥିଲା ।’ ସେହିପରି ଆଉ ଜଣେ ଲେଖିଥିଲେ, ‘ଛାତ୍ରଜଣଙ୍କ ଯଦି ଠିକ୍ ନୋଟ୍ ପଢ଼ିଥାନ୍ତେ ତେବେ ନିଶ୍ଚିତ ଭାବେ ପରୀକ୍ଷାରେ ପାସ୍ କରି ପାରିଥାନ୍ତେ ।’ ତେବେ ପରୀକ୍ଷାରେ ପାସ୍ ପାଇଁ ଛାତ୍ର ଜଣଙ୍କ ଆପଣାଇଥିବା ଏହି ଅଭିନବ ତରିକାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.