fbpx

Loveରେ ବିଫଳ ହୋଇ ପ୍ରାଣ ହାରୁଥିବା ପ୍ରେମିକର ପ୍ରେମିକାଙ୍କୁୁ ଦୋଷୀ କୁହାଯିବନି: ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରେମରେ ଅସଫଳତା ମିଳିବାରେ ଜୀବନ ସମାପ୍ତ କରିବା ସହ ଜଡ଼ିତ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି । ନ୍ୟାୟମୂର୍ତ୍ତି ଅମିତ ମହାଜନଙ୍କ ପୀଠ କହିଛନ୍ତି ଯେ, ପ୍ରେମ ସଂପର୍କରେ ଅସଫଳତା କାରଣରୁ ଯଦି ପ୍ରେମିକା ଆତ୍ମହତ୍ୟା କରୁଛନ୍ତି ତେବେ ମହିଳା ଜଣକ ପୁରୁଷଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବାରେ ଦୋଷୀ ସାବ୍ୟସ୍ତ କରିପାରିବେ ନାହିଁ ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଦୁର୍ବଳ ମାନସିକତା ବ୍ୟକ୍ତିଙ୍କ ଦ୍ୱାରା ନିଆଯାଇଥିବା ଭୁଲ ନିଷ୍ପତ୍ତି ପାଇଁ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାର ଦୋଷୀ ବୋଲି କୁହାଯିବନି ।
କୋର୍ଟ ଉକ୍ତ ଟିପ୍ପଣୀ ପାଇଁ ପ୍ରବର୍ତ୍ତାଇବା ମାମଲାରେ ଅଭିଯୁକ୍ତ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଜାମିନ ଦେଇ କହିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ପିତା ଅଭିଯୋଗ କରିଥିଲେ ଯେ, ମହିଳା ଜଣକ ତାଙ୍କ ପୁଅକୁ ଭଲପାଉଥିଲେ, ଏଠାରେ ମହିଳାଙ୍କର ଆଉ ଜଣେ ସାଧାରଣ ବନ୍ଧୁ ଥିଲେ ।

ଅଭିଯୋଗ ଲଗାଯାଇଥିଲା ଯେ, ମହିଳାଙ୍କ ପୁରୁଷ ସାଙ୍ଗ ମୃତକଙ୍କୁ ଏହା କହି ପ୍ରବର୍ତ୍ତାଇଥିଲେ ଯେ, ସେ ଦୁଇ ଜଣ ଶାରୀରିକ ସମ୍ବନ୍ଧରେ ଅଛନ୍ତି ଏବଂ ଖୁବ ଶୀଘ୍ର ସେମାନେ ବିବାହ କରିବେ । ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିଲେ ଏବଂ ତାଙ୍କ ପାଖରୁ ଏକ ସୁଇସାଇଡ ନୋଟ ଜବତ ହୋଇଥିଲା । ଏଥିରେ ମୃତକ ଏହି ଦୁଇ ଜଣଙ୍କୁ ଆତ୍ମହତ୍ୟା ପାଇଁ ଦୋଷୀ କରିଥିଲେ ।

ବେଞ୍ଚ ଏମାନଙ୍କୁ ଜାମିନ ପ୍ରଦାନ କରି କହିଛନ୍ତି ଯେ, ହ୍ୱାଟ୍ସଆପ ଚାର୍ଟରୁ ଜଣାପଡିଛି ଯେ, ମୃତକ ଜଣକ ସମ୍ବେଦନଶୀଳ ସ୍ୱାଭାବରେ ଥିଲେ ଏବଂ ଯେତେବେଳେ ମହିଳାଜଣକ ତାଙ୍କ ସହ କଥା ହେବାକୁ ମନାକରିଦେଲେ ସେ ଲଗାତାର ଆତ୍ମହତ୍ୟା କରିବାକୁ ଧମକ ଦେଉଥିଲେ ।

କୋର୍ଟ କହିଛନ୍ତି ଯେ, ଏହି ସୁଇସାଇଡ ନୋଟରେ ଏହା ଆବେଦନକାରୀଙ୍କ ପ୍ରତି ମୃତକଙ୍କ ଦୁଃଖ ବ୍ୟକ୍ତ କରାଯାଇଛି, କିନ୍ତୁ ଏହା ଅନୁମାନ କରାଯାଇପାରିବ ନାହିଁ ଯେ, ଏଥିରେ ଆବେଦନକାରୀଙ୍କ କୌଣସି ଉଦ୍ଦେଶ୍ୟ ରହିନାହିଁ ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି ।

Get real time updates directly on you device, subscribe now.