fbpx

ବେବୀ ବମ୍ପ ସହ ‘ସିଙ୍ଘମ୍ ଏଗେନ୍‌’ ସେଟ୍‌ରେ ଦୀପିକାଙ୍କ ଜୋରଦାର ଆକ୍ସନ, ସାମ୍ନାକୁ ଆସିଲା ଫଟୋ

ଓଡ଼ିଶା ଭାସ୍କର: ଚଳିତ ବର୍ଷ ସେପ୍ଟେମ୍ବର ମାସରେ ବଲିଉଡ୍‌ର ‘ମସ୍ତାନୀ’ ଦୀପିକା ପାଦୁକୋନ୍ ସମସ୍ତଙ୍କୁ ଖୁସି ଖବର ଦେବେ । ଏହିଦିନ ତାଙ୍କ ଘରକୁ ଆସିବ କୁନି ଅତିଥି । ଏହି ମୂହୁର୍ତ୍ତକୁ ନେଇ ଦୀପିକା ଓ ରଣବୀର ବେଶ୍ ଉତ୍ସାହିତ ଅଛନ୍ତି । ପ୍ରେଗନାନ୍ସୀ ସମୟରେ ବହୁ ଅଭିନେତ୍ରୀ ଆରାମ କରିବାକୁ ଗୁରୁତ୍ୱ ଦେଇଥାନ୍ତି କିନ୍ତୁ ଅଭିନେତ୍ରୀ ଦୀପିକା ଏହି ସମୟରେ ବି ଲଗାତର କାମରେ ବ୍ୟସ୍ତ ରହିଛନ୍ତି ।

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ସିଙ୍ଘମ ଏଗେନ୍‌’ ସେଟ୍‌ରୁ ଦୀପିକାଙ୍କ କିଛି ଫଟୋ ଲିକ୍ ହୋଇଛି ଯେଉଁଥିରେ ସେ ପୋଲିସ ଅଫିସର ଲୁକ୍‌ରେ ନଜର ଆସୁଛନ୍ତି । ଫେବୃୟାରୀରେ ନିଜ ପ୍ରେଗନାନ୍ସୀ ବିଷୟରେ ଘୋଷଣା କରିବା ପରେ ଦୀପିକା ପାଦୁକୋନଙ୍କୁ କାମ କରୁଥିବାର ଦେଖି ଫ୍ୟାନ୍ସ ଚକିତ ହୋଇଛନ୍ତି । ‘ସିଙ୍ଘମ ଏଗେନ୍‌’ ରେ ଦୀପିକା ଶକ୍ତି ସେଟ୍ଟୀ ଭୂମିକା ନିଭାଇଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ୍‌, ରଣବୀର ସିଂହ,ଅକ୍ଷୟ କୁମାର ଓ କରୀନା କପୁର ବି ଅଛନ୍ତି । ଫିଲ୍ମରେ ଅର୍ଜୁନ କପୁର ଭିଲିଆନ ଭୂମିକାରେ ଅଛନ୍ତି ।

Get real time updates directly on you device, subscribe now.