fbpx

ଜଣାଶୁଣା ଭାରତୀୟ ୟୁଟ୍ୟୁବର ଅଭ୍ରଦୀପ ଶାହାଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ଜଣେ ଜଣାଶୁଣା ୟୁଟୁବ୍ୟର ଅଭ୍ରଦୀପ ଶାହାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା । ଅଭ୍ରଦୀପଙ୍କ ମୃତ୍ୟୁ ଖବର ଜାଣିବା ପରେ ତାଙ୍କର ବହୁ ବନ୍ଧୁ, ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ଶୋକ ବ୍ୟକ୍ତ କରିଛନ୍ତି । ସେ ଆଙ୍ଗ୍ରି ରେଣ୍ଟମ୍ୟାନ ଭାବେ ବେଶ୍ ଜଣାଶୁଣା ଥିଲେ । ଗତ ମାସରେ ତାଙ୍କର ଏକ ବଡ଼ ସର୍ଜରୀ ହୋଇଥିଲା । ମାତ୍ର ଏପ୍ରିଲ ୧୬ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

ଅଭ୍ରଦୀପଙ୍କ ମୃତ୍ୟୁ ପଛର ସଠିକ୍ କାରଣ ବିଷୟରେ କିଛି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ । ସର୍ଜରୀ ପରେ ମେଡିକାଲ ସମସ୍ୟା କାରଣରୁ ତାଙ୍କର ଶରୀର ଭିତରର ଅନେକ ଅଙ୍ଗ ଅକାମୀ ହୋଇ ଯାଇଥିଲା । ଆଙ୍ଗ୍ରି ରେଣ୍ଟମ୍ୟାନ ଖେଳ ଆଧାରିତ ଭିଡିଓ କଣ୍ଟେଣ୍ଟ ପ୍ରସ୍ତୁତ କରୁଥିଲେ । ୟୁଟ୍ୟୁବରେ ତାଙ୍କର ୪.୮ ଲକ୍ଷରୁ ଅଧିକ ସବସ୍କ୍ରାଇବର୍ସ ରହିଥିବା ବେଳେ ଇନଷ୍ଟାଗ୍ରାମରେ ୧୧୯ ହଜାର ଫଲୋଅର୍ସ ରହିଥିଲେ । ୧୯୯୬ ମସିହା ଫେବୃଆରୀ ମାସ ୧୯ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ ।

Get real time updates directly on you device, subscribe now.