fbpx

Elon Muskଙ୍କୁ ବଡ଼ ଝଟକା; ‘X’କୁ ବ୍ୟାନ କଲା ପାକିସ୍ତାନ, ଜାଣନ୍ତୁ କାରଣ

ଇସଲାମାବାଦ: ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ପାକିସ୍ତାନ ବ୍ୟାନ କରିଛି । ଚଳିତ ବର୍ଷ ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ ୟୁଜର୍ସ ଏକ୍ସ ଆକ୍ସେସ କରିପାରିଲେ ନାହିଁ । ପାକିସ୍ତାନ ସରକାର ବର୍ତ୍ତମାନ ମସ୍କଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟେମ୍ପୋରାରୀ ପ୍ରତିବନ୍ଧକ ଲଗାଇଛି । ପାକିସ୍ତାନ ସରକାର ଜାତୀୟ ସୁରକ୍ଷାକୁ ଦର୍ଶାଇ ପାକିସ୍ତାନ ସରକାର ଏକ୍ସ ଉପରେ ଏହି ପ୍ରତିବନ୍ଧକ ଦର୍ଶାଇଛନ୍ତି ।

ରିପୋର୍ଟ ମୁତାବକ, ପାକିସ୍ତାନରେ ଫେବୃଆରୀ ୨୦୨୪ରେ ଟ୍ୱିଟର କାମ କରୁନାହିଁ । ସରକାରଙ୍କ ଦ୍ୱାରା ଲଗାଯାଇଥିବା ଏହି ପ୍ରତିବନ୍ଧକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ସମୟରୁ ସସପେଣ୍ଡ ରହିବାକୁ କନଫର୍ମ କରିଛି । ଅନେକ ୟୁଜର୍ସ ମଧ୍ୟ ଭିପିଏନ ଜରିଆରେ ଏକ୍ସରେ ଲାଗିଥିବା ବ୍ୟାନକୁ କନଫର୍ମ କରିଛନ୍ତି ।

ଚଳିତ ବର୍ଷ ଫେବୃଆରୀରେ ଅନେକ ପାକିସ୍ତାନୀ ୟୁଜର୍ସ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ୍ସ ବ୍ୟବହାର ନ କରିପାରିବା ସମସ୍ୟାକୁ ସେୟାର କରିଛନ୍ତି । ରିପୋର୍ଟ ମୁତାବକ, ପାକିସ୍ତାନ ସରକାରଙ୍କ ଆଭ୍ୟନ୍ତରୀଣ ବ୍ୟାପର ମନ୍ତ୍ରୀ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି ଏକ୍ସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ ସରକାରଙ୍କ ପକ୍ଷରୁ ଏକ୍ସର ବ୍ୟାନକୁ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।

Get real time updates directly on you device, subscribe now.