ଭୁବନେଶ୍ୱର: ଓଡ଼ିଶାରେ ସୁନା ଖଣି । କେନ୍ଦୁଝର, ଦେବଗଡ଼ରେ ସୁନା ଖଣିର ସନ୍ଧାନ ମିଳିଥିବା ସୂଚନା । ବିଧାନସଭାରେ ବିଧାୟକ ଉପାସନା ମହାପାତ୍ର୍ରଙ୍କ ପ୍ରଶ୍ନରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ରଖିଛନ୍ତି । ଦେବଗଡ଼ର ଆଡାସ-ରାମପଲ୍ଲୀ, କେନ୍ଦୁଝରର ଗୋପୁର-ଗଜିପୁରରେ ସୁନା ଖଣି ସନ୍ଧାନ ମିଳିଥିବା ମନ୍ତ୍ରୀ କହିଛନ୍ତି । ଦେବଗଡ଼ରେ ଭୂବିଜ୍ଞାନୀ ସଂସ୍ଥା ଦ୍ୱାରା ଜି-୨ ସ୍ତରରେ ଅନୁସନ୍ଧାନ ସରିଛି । ସେହିପରି କେନ୍ଦୁଝରରେ ଜିଆଇଏସ ଦ୍ୱାରା ଜି-୨ ସ୍ତରରେ ଅନୁସନ୍ଧାନ ଜାରି ରହିଛି । ଚୂଡ଼ାନ୍ତ ରିପୋର୍ଟ ପରେ ବୈଷୟିକ କମିଟି ପରାମର୍ଶ କ୍ରମେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭୂତି କହିଛନ୍ତି ।