fbpx

୬୫ ହଜାର ଟପିଯିବ ସୁନା ରେଟ୍: ଦୁଇ ଦିନରେ ୧୬୦୦ ଟଙ୍କା ବଢ଼ିଲାଣି, ଆଜି ହିଁ କିଣନ୍ତୁ, ଅଧିକ ରିଟର୍ଣ୍ଣ ପାଇବେ

ନୂଆଦିଲ୍ଲୀ: ଆଜିକାଲି ମାର୍କେଟରେ ଏଫଡି, ଆରଡି, ଷ୍ଟକ୍ସ, ମ୍ୟୁଚୁଆଲ ଫଣ୍ଡ, ଏଲଆଇସି, ଗୋଲ୍ଡ, ପୋଷ୍ଟାଲ, କେଭିପି, ପିପିଏଫ ଆଦି ବିଭିନ୍ନ ପ୍ରକାରର ନିବେଶ ଅପ୍ସନ ରହିଛି । ତେବେ ସେଥିମଧ୍ୟରୁ ସୁନାରେ ନିବେଶ କରିବା ଏକ ଭଲ ଅପ୍ସନ । ବର୍ତ୍ତମାନ ବିଶ୍ୱର ଅଧିକାଂଶ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଆଗାମୀ ଦିନରେ ସୁନା ୧୦ ଗ୍ରାମ ପିଛା ୬୫ ହଜାର ଟପିବାର ସମ୍ଭାବନା ରହିଛି ।

ବର୍ତ୍ତମାନର ବଜାରର ସ୍ଥିତି ସୁନା ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଛି । ଗତ ଦୁଇ ଦିନ ମଧ୍ୟରେ ସୁନା ରେଟ୍ ୧୬୦୦ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୬୦,୭୦୦ ଟଙ୍କା ରହିଛି । ଗତ ଦୁଇ ଦିନ ପୂର୍ବେ ଏହା ୫୮,୯୦୦ ଟଙ୍କା ରହିଥିଲା । ସେହିପରି ୨୨ କ୍ୟାରେଟ୍ ସୁନା ଦର ୫୨,୬୦୦ ରୁ ବୃଦ୍ଧି ପାଇ ଏବେ ୫୪,୨୦୦ ଟଙ୍କାରେ ପହଞ୍ଚିଛି ।

ତେବେ ସୁନାର ଉଚ୍ଚା ଦର ଦେଖି ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଆଗକୁ ବିବାହ ସିଜିନ ଆସୁଥିବା ବେଳେ ବରକନ୍ୟାଙ୍କ ପାଇଁ କିପରି ଜୁଏଲାରୀ କିଣାଯିବ ତାହା ଅଭିଭାବକଙ୍କୁ ଅଡ଼ୁଆରେ ପକାଇଛି । ଅନ୍ୟପକ୍ଷରେ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଛନ୍ତି ଏକ ଆଶ୍ୱସ୍ତିକର ଖବର । ସୁନା, ରୁପା ଓ ପ୍ଲାଟିନମ ଉପରୁ ସରକାର ଆମଦାନୀ ଶୁଳ୍କ ୨୨ ପ୍ରତିଶତରୁ ୨୫ ପ୍ରତିଶତକୁ ବଢ଼ାଇ ଦେଇଛନ୍ତି । ତେଣୁ ଆସନ୍ତା ଏପ୍ରିଲ ପହିଲାରୁ ଏହି ସବୁ ଗହଣାର ଦର ବଢ଼ିବା ନିଶ୍ଚିତ । ଏପ୍ରିଲ ପୂର୍ବରୁ ସୁନା ରେଟ୍ ୬୫ ହଜାର ଟପିଯିବ ବୋଲି ଆକଳନରୁ ଜଣାପଡ଼ିଛି ।

Get real time updates directly on you device, subscribe now.