fbpx
BSKY
BJD MC SKY
BJD MS SKY

Video: ଇସଲାମ ଉପରେ ବିବାଦୀୟ ବୟାନ ଦେଲେ ବାବା ରାମଦେବ, କହିଲେ-‘ଏହା ହିଁ ମୁସଲମାନମାନଙ୍କୁ ଶିକ୍ଷା ଦିଆଯାଏ’

ନୁଆଦିଲ୍ଲୀ: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ ଜଡ଼ିତ ବିବାଦ ଥମିବାର ନଥିବା ବେଳେ ବାବା ରାମଦେବ ଏବେ ଇସଲାମ ଏବଂ ମୁସଲମାନଙ୍କ ଉପରେ ଦେଇଥିବା ବୟାନ ଚର୍ଚ୍ଚାରେ ରହିଛି । ଏଥିରେ ବାବା ରାମଦେବ ନମାଜ ଉପରେ ଆଲୋଚନା କରି ଖ୍ରୀଷ୍ଟିଆନ ଧର୍ମ ଉପରେ ହାମଲା କରିଥିଲେ। ବାବା ରାମଦେବ ଏହି କଥା ରାଜସ୍ଥାନର ବାଡ଼ମେର୍‌ରେ ଏକ ଧାର୍ମିକ ସଭାରେ କହିଥିଲେ।

ବାବା ରାମଦେବ ଏହି ସମୟରେ କହିଥିଲେ କି, ‘ଇସଲାମ ଧର୍ମର ଅର୍ଥ ହେଉଛି କେବଳ ନମାଜ ପଢିବା । ମୁସଲମାନଙ୍କ ପାଇଁ ନମାଜ ପଢିବା ଜରୁରୀ ଅଟେ ଏବଂ ନମାଜ ପଢିବା ପରେ କିଛି ବ କରନ୍ତୁ ସବୁ ଠିକ୍ ଅଟେ । ତେଣିକି ହିନ୍ଦୁ ଝିଅଙ୍କୁ ଉଠାଇ ନିଅନ୍ତୁ, ଜିହାଦ୍ ନାମରେ ଆତଙ୍କବାଦୀ ହୋଇ ଆପଣଙ୍କ ମନକୁ ଯାହା ଆସେ ତାହା କରନ୍ତୁ ।’

ଏହାପରେ ଖ୍ରୀଷ୍ଟିଆନ ଧର୍ମ ବିଷୟରେ ରାମଦେବ କହିଛନ୍ତି ଯେ, ‘ଦିନରେ ଚର୍ଚ୍ଚକୁ ଯାଇ ଦୀପ ଜାଳନ୍ତୁ, ସମସ୍ତ ପାପ ଧୋଇଯିବ, କିନ୍ତୁ ହିନ୍ଦୁ ଧର୍ମରେ ଏହିପରି କିଛି ଘଟେ ନାହିଁ । ବାବା ରାମଦେବ ଏଠାରେ ରହି ନଥିଲେ, ଏହାପରେ ସେ କହିଥିଲେ କି ଜନ୍ନତ(ସ୍ୱର୍ଗ)ର ଅର୍ଥ ଆଣ୍ଠୁ ଉପରେ ପାଇଜାମା ପିନ୍ଧିବା, ନିଶ କାଟି ଦିଅନ୍ତୁ ଏବଂ ଟୋପି ପିନ୍ଧନ୍ତୁ।

ତେବେ ଶଷେରେ ସେ କହିଥିଲେ ଯେ ମୁଁ ଏହା କହୁ ନାହିଁ, କିନ୍ତୁ ଏହି ଲୋକମାନେ ଏହା କରୁଛନ୍ତି । ତା’ପରେ ସେମାନେ କହୁଛନ୍ତି ଯେ ସ୍ୱର୍ଗରେ ସେମାନଙ୍କର ସ୍ଥାନ ନିଶ୍ଚିତ ହୋଇଛି । ସେଠାରେ ତୁମେ ମୁକ୍ତି ପାଇବ ଏବଂ ତୁମେ ମଦ୍ୟପାନ କରିବାକୁ ପାଇବ । ରାମଦେବ କହିଛନ୍ତି ଯେ ଏପରି ସ୍ୱର୍ଗ ନର୍କଠାରୁ ଖରାପ ଅଟେ ।

Get real time updates directly on you device, subscribe now.