fbpx

The Kapil Sharma Show ଛାଡ଼ିବେ ସିଦ୍ଧାର୍ଥ ସାଗର! ସାମ୍ନାକୁ ଆସିଲା କମେଡ଼ିଆନଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦି’ କପିଲ ଶର୍ମା ଶୋ’ରେ ଅଭିନୟ କରୁଥିବା କମେଡ଼ିଆନ ସିଦ୍ଧାର୍ଥ ସାଗରଙ୍କୁ ନେଇ ନିକଟରେ ଏକ ବଡ଼ ଚର୍ଚ୍ଚା ହେଉଛି । ସିଦ୍ଧାର୍ଥ ଶୋ’ ଛାଡ଼ିଦେବା ନେଇ ଚାରିଆଡ଼େ ଆଲୋଚନା ହେଉଛି । ସିଦ୍ଧାର୍ଥ ଦି’ କପିଲ ଶର୍ମା ଶୋ’କୁ ଅଲବିଦା କହିବା ଖବର ଶୁଣିବା ପରେ ଫ୍ୟାନ୍ସଙ୍କୁ ଲାଗିଥିଲା ଜବରଦସ୍ତ ଝଟକା । ତେବେ ଏହା ମଧ୍ୟରେ କମେଡ଼ିଆନ ନିଜେ ପ୍ରତିକ୍ରିୟା ଦେଇଛନ୍ତି ।

ସାପ୍ତାହିକ ଛୁଟିରେ ପ୍ରତ୍ୟେକ ବ୍ୟକ୍ତି ନିଜ ପରିବାର ସହିତ ଏକାଠି ସମୟ ବତାଇବାକୁ ଚାହିଁଥାନ୍ତି । ୱାର୍କିଂ ବ୍ୟକ୍ତିମାନେ ଦୁଇଦିନ ସମୟ ପାଇଥାନ୍ତି । ତେବେ ପ୍ରତ୍ୟେକ ୱିକେଣ୍ଡରେ କପିଲ ଶର୍ମା ଶୋ’ ପରି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ବେଶ୍ ଚାହିଦା ରହିଥାଏ । ମାତ୍ର ନିକଟରେ ସିଦ୍ଧାର୍ଥ ଶୋ’ ଛାଡ଼ିଦେବେ ବୋଲି ଏକ ଦୁଃଖ ଖବର ଫ୍ୟାନ୍ସଙ୍କ ନିକଟକୁ ଆସିଥିଲା ।

ମାତ୍ର ଏନେଇ ପ୍ରତିକ୍ରିୟା ଦେଇଛନ୍ତି ସିଦ୍ଧାର୍ଥ । ସେ କହିଛନ୍ତି, ‘ଏପରି କିଛି ନାହିଁ । ସବୁ ଖବର ମିଛ ।’ ସେ ଶୋ’ର ଶୁଟିଂ କରୁଛନ୍ତି କି ନା ସେନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ କମେଡ଼ିଆନ କହିଥିଲେ ଗତ କିଛି ଏପିସୋଡରେ ମୁଁ ଶୁଟିଂ କରିନାହିଁ । ମାତ୍ର ଟିମ ସହିତ କଥାବାର୍ତ୍ତା ଚାଲିଛି, କିନ୍ତୁ କିଛି ରେସପନ୍ସ ଆସିନାହିଁ । ସୂଚନାଯୋଗ୍ୟ ଯେ, କପିଲ ଶର୍ମା ଓ ସିଦ୍ଧାର୍ଥଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାରୁ ସିଦ୍ଧାର୍ଥ ଶୋ ଛାଡ଼ିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ବୋଲି ନିକଟରେ ଏକ ରିପୋର୍ଟରେ କୁହାଯାଇଥିଲା । ମାତ୍ର ଏବେ ଉକ୍ତ ଚର୍ଚ୍ଚା ଉପରେ ଯବନିକା ପଡ଼ିଛି ।

Get real time updates directly on you device, subscribe now.