fbpx
BSKY
BJD MC SKY
BJD MS SKY

୯.୫ କୋଟି କଣ୍ଡୋମ ମାଗଣାରେ ବାଣ୍ଟିବେ ସରକାର: କେଉଁଠି ଓ କାହିଁକି ଏହି ନିଷ୍ପତ୍ତି ନିଆଗଲା

ନୂଆଦିଲ୍ଲୀ: ଆଗକୁ ଆସୁଛି ଭାଲେଣ୍ଟାଇନ୍ସ ଡେ । ଏହି ଅବସରରେ ପ୍ରେମ ସପ୍ତାହକୁ ପ୍ରେମୀଯୁଗଳମାନେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି । ତେବେ ଏଥର ପ୍ରେମ ସପ୍ତାହ ଖୁବ୍ ଜମିବ । ସରକାର ଏଥର ମାଗଣାରେ କଣ୍ଡୋମ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ପାଖାପାଖି ୯.୫ କୋଟି କଣ୍ଡୋମ ମାଗଣାରେ ବଣ୍ଟନ କରିବେ । ତେବେ କେଉଁଠି ଓ କାହିଁକି ଏହି ନିଷ୍ପତ୍ତି ନିଆଗଲା ତାହା ଆପଣମାନେ ନିହାତି ଜାଣିବା ଦରକାର ।

ସୂଚନା ମୁତାବକ, ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଥାଇଲାଣ୍ଡ ସରକାର ୯.୫ କୋଟି କଣ୍ଡୋମ ମାଗଣାରେ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି । ଯୌନ ସଂକ୍ରମିତ ରୋଗ ଓ କମ୍ ବୟସରେ ଗର୍ଭଧାରଣକୁ ଏହା ରୋକିବାରେ ସହାୟକ ହେବ । ଏଥିସହିତ ସୁରକ୍ଷିତ ଯୌନ ସମ୍ପର୍କ ଓ ଜନସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ଏହା ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।

ଏହି କଣ୍ଡୋମ ସିଫିଲିସ, ଏଡସ୍, ଗର୍ଭାଶୟ କର୍କଟ, ଗନୋରିଆ, କ୍ଲାମିଡିଆ, ଯୌନ ସଂକ୍ରମିତ ରୋଗ (ଏସଡିଟି)କୁ ରୋକିବା କ୍ଷେତ୍ରରେ ଫଳପ୍ରଦ ହେବ । ଗତ ୨୦୨୧ରେ ସିଫିଲିସ ଓ ଗୋରିଆ ରୋଗ ଥାଇଲ୍ୟାଣ୍ଡରେ ବହୁଳ ଭାବେ ବ୍ୟାପିଥିଲା । ଦେଶରେ ଯୌନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏହି ସଂକ୍ରମଣ ଏବେ କ୍ରମାଗତ ଭାବେ ବଢ଼ିବାରେ ଳାଗିଛି । ତେଣୁ ସରକାର ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.