fbpx

୨୦୧୯ରୁ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ପାଇଁ ଖର୍ଚ୍ଚ ହୋଇଛି ୨୩ କୋଟି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦ୍ୱିତୀୟ ଥର ସରକାରରେ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ପରଠାରୁ ୨୧ ଟି ବିଦେଶ ଗସ୍ତ କରିଛନ୍ତି ଏବଂ ଏଥିପାଇଁ ୨୨.୭୬ କୋଟିରୁ ଅଧିକ ଖର୍ଚ୍ଚ ହୋଇଛି ବୋଲି ସରକାର ଗୁରୁବାର ରାଜ୍ୟସଭାରେ କହିଛନ୍ତି। ବିଦେଶ ରାଜ୍ୟ ମନ୍ତ୍ରୀ ବି. ମୁରଲୀଧରନ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୧୯ ପରଠୁ ରାଷ୍ଟ୍ରପତି ୮ ବିଦେଶ ଯାତ୍ରା କରିଛନ୍ତି, ଯେଉଁଥି ପାଇଁ ୬.୨୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ମନ୍ତ୍ରୀଙ୍କ କହିବାନୁସାରେ, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସରକାର ୬,୨୪,୩୧,୪୨୪ ଟଙ୍କା, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ୨୨,୭୬,୭୬,୯୩୪ ଟଙ୍କା ଏବଂ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ପାଇଁ ୨୦,୮୭,୦୧,୪୭୫ ଟଙ୍କା ଖର୍ଚ୍ଚ କରିଛନ୍ତି। ରାଷ୍ଟ୍ରପତି ୨୦୧୯ ପରଠାରୁ ଆଠଟି ବିଦେଶୀ ଯାତ୍ରା କରିଛନ୍ତି, ଯେଉଁଥିରେ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ୱାରା ସାତ ଏବଂ ଗତ ବର୍ଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ରିଟେନ ଗସ୍ତ ରହିଛି।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ ଠାରୁ ୨୧ ଟି ବିଦେଶ ଗସ୍ତ କରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୮୬ ଟି ବିଦେଶ ଗସ୍ତ କରିଛନ୍ତି । ୨୦୧୯ ପରଠାରୁ ପ୍ରଧାନମନ୍ତ୍ରୀ ତିନିଥର ଜାପାନ ଏବଂ ଆମେରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଦୁଇଥର ଗସ୍ତ କରିଛନ୍ତି ।

Get real time updates directly on you device, subscribe now.