fbpx

ବଡ଼ ଖୁଲାସା: ଅଦାନୀ ଗ୍ରୁପକୁ SBI ଦେଇଛି ୨୧୦୦୦ କୋଟିର ଲୋନ: ସମସ୍ତ ବ୍ୟାଙ୍କକୁ ରିପୋର୍ଟ ମାଗିଲା RBI

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଭାବେ ପରିଗଣିତ ହେଉଥିବା ଗୌତମ ଅଦାନୀଙ୍କ ଅବସ୍ଥା କହିଲେ ନସରେ । ଏହା ମଧ୍ୟରେ ବିଶ୍ୱର ଟପ-୧୦ ଧନୀ ତାଲିକାରୁ ଅଦାନୀ ଆଉଟ୍ ହୋଇଯାଇଥିବା ବେଳେ କମ୍ପାନୀର ଶେୟାର ତଳକୁ ଖସିବାରେ ଲାଗିଛି । ତେବେ ଏହା ମଧ୍ୟରେ ପୁଣି ଆସିଛି ଏକ ବଡ଼ ଅପଡେଟ୍ । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଚେୟାରମ୍ୟାନ୍ ଏ ନେଇ ବଡ଼ ବୟାନ ଦେଇଛନ୍ତି ।

କେଉଁ ବ୍ୟାଙ୍କ ଅଦାନୀ ଗ୍ରୁପକୁ କେତେ ପରିମାଣରେ ଋଣ ଦେଇଛନ୍ତି ସେନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ତଥ୍ୟ ମଗାଯାଇଥିଲା । ତେବେ ଏହା ପରେ ଏସବିଆଇ ଅଦାନୀ ଗ୍ରୁପକୁ ୨୧ ହଜାର କୋଟି ଟଙ୍କାର ଋଣ ଦେଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଅଦାନୀ ଗ୍ରୁପକୁ ଦିଆଯାଇଥିବା ମୋଟ ଋଣର ଅଧା କେବଳ ଏସବିଆଇ ପ୍ରଦାନ କରିଛି । ଏକ ରିପୋର୍ଟରେ ଏ ବାବଦରେ ଖୁଲାସା କରାଯାଇଛି ।

ଏସବିଆଇ ଚେୟାରମ୍ୟାନ ଦିନେଶ କୁମାର ଖାରା ବ୍ୟାଙ୍କ ପକ୍ଷରୁ ଅଦାନୀ ଗ୍ରୁପକୁ ପ୍ରଦାନ କରାଯାଇଥିବା ଲୋନ୍ ବାବଦରେ ତଥ୍ୟ ପ୍ରଦାନ କରିଥିବା ରିପୋର୍ଟରୁ ଜଣାପଡ଼ିଛି । ତେବେ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ରେ ଏସବିଆଇର ଶେୟାର ୫୨୭.୭୫ ଟଙ୍କାରେ କାରବାର ହୋଇଥିଲା । ଆମେରିକା ସ୍ଥିତ ହିଣ୍ଡନବର୍ଗର ଏକ ରିପୋର୍ଟ ପ୍ରଘଟ ହେବା ପରେ ଅଦାନୀ ଗ୍ରୁପର ଶେୟାରରେ ବିପୁଳ ଘଟି ଘଟିଥିଲା । କେବଳ ଗୋଟିଏ ସପ୍ତାହ ମଧ୍ୟରେ କମ୍ପାନୀର ୧୦୦ ଅରବ ଡଲାର କ୍ୟାପିଟାଲ କ୍ଷତି ଘଟିଥିଲା । କମ୍ପାନୀର ଆର୍ଥିକ ହେରଫେରକୁ ନେଇ ରିପୋର୍ଟରେ ପ୍ରଶ୍ନ କରାଯାଇଥିଲା ।

Get real time updates directly on you device, subscribe now.