fbpx

ରଜରେ ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ଦାମ୍

ସୁନା-ରୂପା ଦରରେ ଲଗାତାର ବୃଦ୍ଧି ପରେ ଆଜି ଲୋକମାନଙ୍କୁ ଟିକେ ଆଶ୍ୱସ୍ତି ମିଳିଛି । ବିବାହ ଋତୁ ଓ ରଜକୁ ଦୃଷ୍ଟିରେ ରଖି ସୁନା-ରୂପାରେ ହାଲକା ପରିବର୍ତ୍ତନ ଆସିଛି । ଆଜି ଅର୍ଥାତ୍ ଶୁକ୍ରବାର ସକାଳୁ ବଜାରରେ ସୁନା ୪୨ ଟଙ୍କା କମ୍ ହୋଇଛି । ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୪୭,୩୭୭ ଟଙ୍କାରେ ବିକ୍ରି ହେଉଛି । ସେହିପରି ୨୩ କ୍ୟାରେଟରୁ ନେଇ ୧୮ କ୍ୟାରେଟ୍ ପର୍ଯ୍ୟନ୍ତ ସୁନାରେ ହାଲକା ପରିବର୍ତ୍ତନ ଆସିଛି ।

 

ସେହିପରି ୨୩ କ୍ୟାରେଟ ସୁନାରେ ୪୨ ଟଙ୍କା ହ୍ରାସ ପାଇ ୪୭,୧୮୭ ଟଙ୍କା ହୋଇଛି । ୨୨ କ୍ୟାରେଟ୍ ସୁନା ୪୩,୩୯୭ ଟଙ୍କାରେ ବିିକ୍ରି ହେଉଥିବା ବେଳେ ୧୮ କ୍ୟାରେଟ୍ ସୁନା ୩୫,୫୩୮ ଟଙ୍କାରେ ବିକ୍ରି ହେଉଛି । ଅନ୍ୟପଟେ ରୂପା ଦରରେ ବଡ ଧରଣର ପରିବର୍ତ୍ତନ ହୋଇଛି । କିଲୋଗ୍ରାମ ପିଛା ୭୮୦ ଟଙ୍କା କମ୍ ହୋଇ ୪୭,୭୦୫ ଟଙ୍କାରେ ପହଞ୍ଚିଛି ରୂପା । ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଆସୋସିଏନର ୱେବସାଇଟ (ibjarates.com)ରେ ସୁନା-ରୂପାର ହାରାହାରି ମୂଲ୍ୟ ଅପଡେଟ୍ କରାଯାଇଛି ।

Get real time updates directly on you device, subscribe now.