fbpx

ଚାରି ମାସରେ ୨୯,୦୦ ଟଙ୍କା ଶସ୍ତା ହେଲା ସୁନା, କିନ୍ତୁ ଆଗକୁ ଆସୁଥିବା ପାର୍ବଣ ଋତୁରେ ବଢିପାରେ

AAKASH

ନୂଆଦିଲ୍ଲୀ: ଏହି ପାର୍ବଣ ଋତୁରେ ସୁନା ଅଳଙ୍କାର କିଣିବାକୁ ଥିବା ଲୋକମାନଙ୍କ ପାଇଁ ଖୁସି ଖବର । ଆଗକୁ ଗଣେଶ ପୂଜା ସହିତ ଅନେକ ପର୍ବ ପର୍ବାଣୀ ଆସୁଛି । ଗଣେଶ ଚତୁର୍ଥୀ ପାଇଁ ସୁନା ଚାହିଦା ବୃଦ୍ଧି ପାଇଛି । ଏଥର ଗଣେଶ ଚତୁର୍ଥୀରେ ସୁନା କିଣିବାକୁ ଚିନ୍ତା କରୁଥିବା ଲୋକମାନେ ସୁନା ଦର ହ୍ରାସ ହେତୁ ଏକ ବଡ଼ ଆଶ୍ୱସ୍ତି ପାଇବାକୁ ଯାଉଛନ୍ତି ।

ଗତ ୪ ମାସ ମଧ୍ୟରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ଏହି ବର୍ଷ ମେ’ର ପ୍ରଥମ ସପ୍ତାହରେ ସୁନା ୬୧,୬୫୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ଦେଖିବାକୁ ମିଳିଥିଲା । ଯାହା ବର୍ତ୍ତମାନ ୫୯,୦୦୦ ଟଙ୍କା ତଳକୁ ଖସିଛି । ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ ମୁତାବକ ୧୩ ସେପ୍ଟେମ୍ବର ୨୦୨୩କୁ ସୁନା କମି ପ୍ରତି ଗ୍ରାମ ପିଛା ୫୮୭୨୪ ଟଙ୍କାକୁ ଆସିଛି । ଗତ ଚାରି ମାସରେ ୧୦ ଗ୍ରାମ ପିଛା ୨୯୨୬ ଟଙ୍କା କମିଛି । ଅର୍ଥାତ ଏହି ଚାରି ମାସରେ ସୁନା ଦରରେ ୪.୭୫ ପ୍ରତିଶତ କମିବା ଦେଖିବାକୁ ମିଳିଛି ।

ଗଣେଶ ପୂଜା ପରେ ଅକ୍ଟୋବରରେ ନବରାତ୍ରୀ, ଦଶହରା ଏବଂ ନଭେମ୍ବରରେ ଧନ୍ତରସ ଏବଂ ଦୀପାବଳି ଅଛି। ଦୀପାବଳି ଏବଂ ଧନ୍ତରସ ଉପରେ ସୁନା ଚାହିଦା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ, ଆଗାମୀ ଦିନରେ, ଚାହିଦା ବୃଦ୍ଧି ହେତୁ ସୁନା ଦର U- ଟର୍ନ ନେଇପାରେ। ବିଶେଷଜ୍ଞମାନେ ଅନୁମାନ କରିଛନ୍ତି, ଦିୱାଲୀ ଏବଂ ଧନ୍ତରସରେ ସୁନା ୧୦ ଗ୍ରାମ ପିଛା ୬୨,୦୦୦ ଟଙ୍କା ସ୍ତରକୁ ଛୁଇଁପାରେ।

କେବଳ ସୁନା ନୁହେଁ ରୂପା ମୂଲ୍ୟରେ ମଧ୍ୟ ଗତ ଚାରି ମାସ ମଧ୍ୟରେ ଏକ ବଡ଼ ହ୍ରାସ ଘଟିଛି। ମେ ମାସର ପ୍ରଥମ ସପ୍ତାହରେ, ରୂପା କିଲୋଗ୍ରାମ ପିଛା ୭୭,୦୦୦ ରୁ ୭୭,୨୮୦ ଟଙ୍କା ଉପରେ କାରବାର କରିଥିଲା, ଯାହା କିଲୋଗ୍ରାମ ପିଛା ୭୦,୯୨୫ ଟଙ୍କାକୁ ଖସି ଆସିଛି। ଅର୍ଥାତ୍ ଗତ ଚାରି ମାସ ମଧ୍ୟରେ ରୂପା ମୂଲ୍ୟ ୮.୨୨ ପ୍ରତିଶତ ହ୍ରାସ ପାଇଛି। ତେବେ ପର୍ବ ସମୟରେ ରୂପା ମୂଲ୍ୟରେ ବୃଦ୍ଧି ହେବାର ସମ୍ଭାବନା ଅଛି।

Get real time updates directly on you device, subscribe now.