fbpx
BSKY
BJD YOUTH SKY
BJD MS SKY

(Video) ପଡ଼ିଆରେ ଦର୍ଶକଙ୍କୁ ବ୍ୟାଟ୍ ଦେଖାଇଲେ ରୋହିତ: ଏହା ପଛରେ ରହିଛି ମହାନ ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଟିମ୍ । ସୁପର-୪ ଷ୍ଟେଜରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାକୁ ମାତ୍ ଦେଇ ଟିମ ଇଣ୍ଡିଆ ଫାଇନାଲ ଟିକେଟ ହାସଲ କରିଛି । ତେବେ ଶ୍ରୀଲଙ୍କା ବିପକ୍ଷ ଏହି ମ୍ୟାଚ ପରେ ଭାରତୀୟ ଅଧିନାୟକ ରୋହିତ ଏକ ଅଜବ କାଣ୍ଡ ଘଟାଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଜିତିବା ପରେ ରୋହିତ ଗ୍ୟାଲେରୀରେ ଜଣେ ଦର୍ଶକଙ୍କୁ ବ୍ୟାଟ୍ ଦେଖାଇଛନ୍ତି । ଏହାର ଭିଡିଓ ଏବେ ସୋସିଅଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦମଦାର ବିଜୟ ପରେ ପଡ଼ିଆରେ ରୋହିତ ପଡ଼ିଆରେ ଠିଆ ହୋଇଥିଲେ । ଏହି ସମୟରେ ଅଚାନକ ଦର୍ଶକ ଗ୍ୟାଲେରୀକୁ ଦେଖି ଜଣେ ଦର୍ଶକଙ୍କୁ ସେ ନିଜ ବ୍ୟାଟ୍ ଦେଖାଇଛନ୍ତି । ଏହି ସମୟରେ ତାଙ୍କ ପାଖରେ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ କୋଚିଂ ଷ୍ଟାଫ ମଧ୍ୟ ଉପସ୍ଥିତି ରହିଥିଲେ । ତେବେ ଏହି ଭିଡିଓରେ ଦେଖାଯାଇଛି ଯେ, ରୋହିତ ଜଣେ ଫ୍ୟାନ୍ସଙ୍କୁ ବ୍ୟାଟ ଦେଖାଇ କିଛି ଇସାରା କରୁଛନ୍ତି । ଗ୍ୟାଲେରୀରେ ଥିବା ଜଣେ ଦର୍ଶକ ତ୍ରିରଙ୍ଗା ପତାକା ଧରି ବସିଥିବା ବେଳେ ରୋହିତ ତାଙ୍କୁ ପତାକା ଉଡ଼ାଇବା ପାଇଁ ଏହି ଭିଡିଓରେ ଇସାରା କରିଛନ୍ତି । ବ୍ୟାଟରେ ଏଭଳି ଇସାରା କରି ଦର୍ଶକଙ୍କ ପ୍ରୋତ୍ସାହନ ଯୋଗାଇଥିଲେ ଅଧିନାୟକ ରୋହିତ ଶର୍ମା । ଭାରତର ଜାତୀୟ ପତାକା ଉଚ୍ଚାରେ ରଖି ଉନାଇବାକୁ ସେ ଫ୍ୟାନ୍ସଙ୍କୁ କହିଥିଲେ । ଏହାପରେ ଦର୍ଶକ ଜଣକ ରୋହିତଙ୍କ କଥା ମାନି ଜୋରରେ ପତାକା ଉଡ଼ାଇଥିବା ଏହି ଭିଡିଓରେ ଦେଖାଯାଇଛି । ଏହି ଦୃଶ୍ୟକୁ ସେଠରେ ଜଣେ ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ସୂଚନା ଥାଉ କି, ଶ୍ରୀଲଙ୍କା ବିପକ୍ଷରେ ଅଧିନାୟକ ଏକ ଐତହାସିକ ଇନିଂସ ଖେଳିଛନ୍ତି ରୋହିତ ଶର୍ମା । ଅର୍ଦ୍ଧଶତକୀୟ ପାଳିରୁ ମାତ୍ର ୨୨ ରନ୍ କରି ସେ ଦିନିକିଆ କ୍ରିକେଟରେ ନିଜର ବ୍ୟକ୍ତିଗତ ୧୦ ହଜାର ରନ୍ ପୂରଣ କରିଛନ୍ତି । ଏଭଳି କରିବାରେ ଷଷ୍ଠ ଭାରତୀୟ ଖେଳାଳି ପାଲଟିଛନ୍ତି ଅଧିନାୟକ ରୋହିତ । ରୋହିତଙ୍କର ଏହି ଇନିଂସ ପରେ କୂଳଦୀପ ଏବଂ ଜାଡେଜାଙ୍କ ଦମଦାର ବୋଲିଂରେ ଶ୍ରୀଲଙ୍କାକୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଛି ରୋହିତ ସେନା ।

Get real time updates directly on you device, subscribe now.