ଲଗାତାର 4 ଦିନ ହେବ କମି ଚାଲିଛି ସୁନା ଦର, ଆଜି ଏତେ ଟଙ୍କା ଶସ୍ତା ହୋଇଯାଇଛି

ନୂଆଦିଲ୍ଲୀ: ଗତ 6 ମାସ ଧରି ଷ୍ଟକ୍ ମାର୍କେଟ ହ୍ରାସ ପାଉଛି, ଯାହା ଫଳରେ ନିବେଶକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଛି । ଯେତେବେଳେ ଷ୍ଟକ୍ ବଜାରରେ ବଡ଼ ହ୍ରାସ ହୁଏ, ନିବେଶକମାନେ ସୁନା ଆଡ଼କୁ ମୁହାଁଇଥାନ୍ତି । ତେବେ ସୁନା ଦର ମଧ୍ୟ ଲଗାତାର 8 ସପ୍ତାହ ଧରି ବୃଦ୍ଧି ପାଇବା ପରେ, ସୁନା ମୂଲ୍ୟରେ ଏବେ ହ୍ରାସ ପରିଲକ୍ଷିତ ହୋଇଛି ।

ସେୟାର ମାର୍କେଟରେ ହ୍ରାସ ପରେ ଲଗାତାର ସୁନା ଦର ବୃଦ୍ଧି ପାଇଥିଲା । କିନ୍ତୁ ଲଗାତାର କିଛି ଦିନ ହେବ ସୁନା ଶସ୍ତା ହେବାରେ ଲାଗିଛି । ଏପରିକି 2500 ଟଙ୍କା ହ୍ରାସ ହେଇଛି ।

IBJA ଅନୁଯାୟୀ, ସୋମବାର ସନ୍ଧ୍ୟାରେ (ଆଜିର ସୁନା ମୂଲ୍ୟ) 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 85020 ଟଙ୍କା ଥିଲା। ପୂର୍ବରୁ ଫେବୃଆରୀ ୨୮ରେ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୫୦୫୬ ଟଙ୍କା ଥିଲା। ଯେତେବେଳେ ଫେବୃଆରୀରେ 24 କ୍ୟାରେଟ୍ 10 ଗ୍ରାମ ସୁନାର ମୂଲ୍ୟ 87600 ଟଙ୍କାରେ ପହଞ୍ଚିଥିଲା। ଏହି ବର୍ଷ ଏପର୍ଯ୍ୟନ୍ତ ସୁନା ୧୧ ଥର ରେକର୍ଡ ଉଚ୍ଚତା ହାସଲ କରିଥିଲା ।

ଆପଣଙ୍କୁ କହିରଖୁଛୁ ଯେ, ଗତ ଗୋଟିଏ ସପ୍ତାହ ମଧ୍ୟରେ ଘରୋଇ ବଜାରରେ ସୁନା ମୂଲ୍ୟରେ 2500 ଟଙ୍କାରୁ ଅଧିକ ହ୍ରାସ ଘଟିଛି । କେବଳ ଏତିକି ନୁହେଁ, ମାର୍ଚ୍ଚ 3 ରେ ବାଣିଜ୍ୟ ସମୟରେ, MCX ରେ ସୁନାର ବେଞ୍ଚମାର୍କ କଣ୍ଟ୍ରାକ୍ଟ 84,511 ଟଙ୍କାର ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା ।