fbpx
BJD SKY
BJD SKY

ଅଲ୍ ଟାଇମ୍ ହାଇ ସ୍ତରରେ ପହଞ୍ଚିଲା ସୁନା ଦର, ବଜାର ବିଶେଷଜ୍ଞ କହିଲେ ଆଗକୁ ଏହା ଆହୁରି ବଢି ଏତିକିରେ ପହଞ୍ଚିବ

BJD

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୧୧ ମାର୍ଚ୍ଚରେ ସୁନା ଦର ଅଲ୍ ଟାଇମ୍ ହାଇ ସ୍ତରରେ ପହଞ୍ଚି ଯାଇଛି । ଭାରତ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ ୧୦ ଗ୍ରାମ ସୁନାର ମୂଲ୍ୟ ୬୮୦ ଟଙ୍କା ବୃଦ୍ଧି ପାଇ ୬୫,୬୩୫ ଟଙ୍କାରେ ପହଞ୍ଚିଯାଇଛି । ଏହା ପୂର୍ବରୁ ମାର୍ଚ୍ଚ ୭ରେ ସୁନା ଦର ପ୍ରଥମ ଥର ୬୫୦୦୦ ଟପିଥିଲା ।

କେବଳ ସୁନା ନୁହେଁ ଆଜି ରୂପା ଦର ମଧ୍ୟ ବୃଦ୍ଧି ଘଟିଛି । ଏହା ୨୭୪ ଟଙ୍କ ମହଙ୍ଗା ହୋଇ କିଲୋଗ୍ରାମ ପ୍ରତି ୭୨,୫୩୯ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ରୂପାର ମୂଲ୍ୟ ୭୨,୨୬୫ ଟଙ୍କା ଥିଲା । ତେବେ ୨୦୨୩ ଡିସେମ୍ବର ୪ରେ ରୂପାର ମୂଲ୍ୟ ଅଲ୍ ଟାଇମ୍ ହାଇ ୭୭,୦୭୩ରେ ପହଞ୍ଚିଥିଲା ।
ତେବେ ସୁନା ଦର ବଢିବା ପଛରେ ୪ ପ୍ରମୁଖ କାରଣ ରହିଛି । ୧-୨୦୨୪ରେ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା । ୨-ବିବାହ ଋତୁରେ ସୁନାର ଚାହିଦା ବୃଦ୍ଧି । ୩-ଡଲାର ଇଣ୍ଡେକ୍ସରେ ଦୂର୍ବଳତା । ୪-ବିଶ୍ୱର ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୁନା କିଣାଯିବା ।

ତେବେ ଚଳିତ ମାର୍ଚ୍ଚ ମାସରେ ସୁନା, ରୂପା ମୂଲ୍ୟରେ ଅତ୍ୟଧିକ ବୃଦ୍ଧି ଘଟିଛି । ମାର୍ଚ୍ଚ ୧ରେ ସୁନା ୧୦ ଗ୍ରାମ ପ୍ରତି ୬୨,୫୯୨ ଟଙ୍କା ଥିଲା ଯାହା ୧୧ ମାର୍ଚ୍ଚରେ ୬୫,୬୩୫ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ମାତ୍ର ୧୦ ଦିନରେ ମୂଲ୍ୟ ୩,୦୪୩ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପା କିଲୋଗ୍ରାମ ପ୍ରତି ୬୯,୯୯୭ରୁ ୭୨, ୫୩୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ବଜାର ବିଶେଷଜ୍ଞଙ୍କ ଅନୁସାରେ ସୁନା ଦର ଚଳିତ ବର୍ଷ ଶେଷ ସୁଦ୍ଧା ୭୦ହଜାର ଟପିଯାଇପାରେ । ସେହିପରି ରୂପା ବି ୭୫ ହଜାର ଛୁଇଁପାରେ ବୋଲି ବିଶେଷଜ୍ଞଙ୍କ ମତ ।

Get real time updates directly on you device, subscribe now.