fbpx

NEET MDS 2024: ରେଜିଷ୍ଟ୍ରେସନ୍ କରିବାର ଅବଧି ମାର୍ଚ୍ଚ ୧୧କୁ ବୃଦ୍ଧି, ଜାଣନ୍ତୁ ପରୀକ୍ଷା ପାଟର୍ଣ୍ଣ

ଓଡ଼ିଶା ଭାସ୍କର: ଡେଣ୍ଟାଲ ସର୍ଜରୀରେ କ୍ୟାରିୟର ଗଢ଼ିବାକୁ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ନ୍ୟସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଫର୍ ମାଷ୍ଟର୍ସ ଅଫ୍ ଡେଣ୍ଟାଲ ସର୍ଜରୀ(NEET MDS) 2024 ପରୀକ୍ଷା ପାଇଁ ଆବେଦନ ତାରିଖକୁ ବୃଦ୍ଧି କରିଛି । ବର୍ତ୍ତମାନ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଆବେଦନ କରିପାରିବେ । କହିରଖୁଛୁ ମାର୍ଚ୍ଚ ୯ରେ ଉକ୍ତ ପରୀକ୍ଷା ପାଇଁ ରେଜିଷ୍ଟ୍ରସନ୍ ପ୍ରକ୍ରିୟା ଶେଷ ହୋଇଯାଇଥିଲା । NEET MDS  2024 ପରୀକ୍ଷା ପାଇଁ https://natboard.edu.in  ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ସେହିପରି NEET MDS ପରୀକ୍ଷା ପାଇଁ ଯୋଗ୍ୟତା ଉଦେ୍ଦଶ୍ୟରେ ଇଣ୍ଟର୍ଣ୍ଣଶିପର ଶେଷ ତାରିଖ ଜୁନ୍ ୩୦କୁ ବୃଦ୍ଧି କରିଦିଆଯାଇଛି ।

NEET MDS 2024 ପରୀକ୍ଷା କେବେ ହେବ ?

ମାର୍ଚ୍ଚ ୧୮ରେ NEET MDS 2024 ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଫର୍ମ ପୂରଣ କରିବା ପାଇଁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି । ଏହି ପରୀକ୍ଷା ପାଇଁ ଆବେଦନ କରିବା ପୂର୍ବରୁ ସମସ୍ତ ବିବରଣୀ ଭଲ ଭାବେ ଯାଞ୍ଚ କରିଦିଅନ୍ତୁ । କାରଣ ବର୍ତ୍ତମାନ ଆବେଦନ ଫର୍ମରେ ତୃଟି ହେଲେ ତୃଟି ସୁଧାର ପାଇଁ ସୁଯୋଗ ଦିଆଯିବ ନାହିଁ ।
ମାର୍ଚ୍ଚ ୧୫ରେ NEET MDS ପାଇଁ ଆଡମିଟ୍ କାର୍ଡ଼ ପ୍ରକାଶ ପାଇବ । ତେବେ https://natboard.edu.in ଅଫିସିଆଲ ୱେବସାଇଟକୁ ଯାଇ ଆଡମିଟ୍ କାର୍ଡ଼ ଡାଉନ୍ଲୋଡ୍ କରିପାରିବା । ବିନା ଆଡମିଟ୍ କାର୍ଡ଼ରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ ନାହିଁ ।

ପରୀକ୍ଷା ପାଟର୍ଣ୍ଣ: NEET MDS 2024 ପରୀକ୍ଷା ୨ ଭାଗରେ ବିଭକ୍ତ କରାଯାଇଛି । ପାର୍ଟ-‘ଏ’ ଏବଂ ପାର୍ଟ ‘ବି’ । ପାର୍ଟ-‘ଏ’ରେ ୧୦୦ଟି ପ୍ରଶ୍ନ ରହିବ ଏବଂ ପାର୍ଟ ‘ବି’ରେ ୧୪୦ଟି ପ୍ରଶ୍ନ ରହିଛି । ମାର୍କିଂ ସ୍କୀମ୍ ଅନୁଯାୟୀ ପ୍ରତି ଠିକ୍ ଉତ୍ତର ପାଇଁ ୪ ମାର୍କ ଏବଂ ପ୍ରତି ଭୁଲ ଉତ୍ତର ପାଇଁ ୧ ମାର୍କ କଟାଯିବ । NEET ପରୀକ୍ଷା ଅବଧି ୩ ଘଣ୍ଟାର ରହିଥିବା ବେଳେ MCQ ଫର୍ମାଟରେ ପରୀକ୍ଷା ହେବ । ଅଧିକ ବିବରଣୀ ପାଇଁ ଅଫିସିଆଲ ୱେବସାଇଟ୍ https://natboard.edu.inରେ ଯୋଗାଯୋଗ କରିପାରିବେ ।

ତେବେ ଗୁଜରାଟ, ରାଜସ୍ଥାନ, ମିଜୋରାମ, ଆସାମ, ହରିୟାଣା, ପଞ୍ଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ତାମିଲନାଡ଼ୁ, କେରଳ, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ଓଡ଼ିଶା ଆଦି ବିଭିନ୍ନ ରାଜ୍ୟର ନିର୍ଦ୍ଦିଷ୍ଟ ସେଣ୍ଟରରେ ଏହି ପରୀକ୍ଷା ଆୟୋଜିତ ହେବ ।

ଘଋଋଞ ଗଊଝ ୨୦୨୪ ପରୀକ୍ଷା ପାଇଁ କେମିତି ପୂରଣ କରିବେ ଆବେଦନ ଫର୍ମ ?

୧. ପ୍ରଥମେ https://natboard.edu.in ଅଫିସିଆଲ ୱେବସାଇଟକୁ ଯାଇ ହୋମ୍ ପେଜରେ ‘NEET Admission 2024’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
୨. ଏହା ପରେ ଏକ ନୂତନ ୱଣ୍ଡୋ ଖୋଲିବ । ଏଥିରେ ଆପ୍ଲିକେସନ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଦିଆଯାଇଥିବା ନିଦେ୍ର୍ଦଶାନୁସାରେ NEET Admissionସହ ଜଡ଼ିତ ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ପୂରଣ କରନ୍ତୁ ।
୩. ଏହା ପରେ ପରୀକ୍ଷା ପାଇଁ ଆବଶ୍ୟକୀୟ ଶୁଳ୍କ ଏବଂ ଡକୁ୍ୟମେଣ୍ଟ୍ସ ଅପଲୋଡ୍ କରନ୍ତୁ ।
୪. ସମସ୍ତ ପ୍ରକ୍ରିୟା ଶେଷ ହେଲା ପରେ ଭବିଷ୍ୟତ ପାଇଁ ଏହି ଫର୍ମର ଏକ ଫଟୋ କପି ବାହାର କରି ରଖନ୍ତୁ ।

Get real time updates directly on you device, subscribe now.