fbpx
BJD SKY
BJD SKY

IPL-2025ରେ ରୋହିତ ହେବେ ଚେନ୍ନାଇର ନୂଆ ଅଧିନାୟକ… ସାଥୀ ଖେଳାଳି ଦେଲେ ବୟାନ

BJD

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିଛି । ଏହାସହିତ ରୋହିତ ଶର୍ମାଙ୍କ ହାତରୁ ନେତୃତ୍ୱ ଛଡ଼ାଇ ନେଇ ହାର୍ଦ୍ଦିକଙ୍କ ନୂଆ ଅଧିନାୟକ ପଦ ଦେଇଛି ମୁମ୍ବାଇ । ଦଳର ଏଭଳି ନିଷ୍ପତ୍ତି ପରେ ରୋହିତ ଦଳ ଛାଡ଼ିବା ନେଇ ଅନେକ ଆଲୋଚନା ହୋଇଥିଲା । ତେବେ ଚଳିତବର୍ଷ ରୋହିତ ମୁମ୍ବାଇ ପକ୍ଷରୁ ଖେଳୁଥିବାର ନଜର ଆସିବେ । କିନ୍ତୁ ଆଗାମୀ ବର୍ଷ ରୋହିତ ଧୋନୀଙ୍କ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଗ୍ରହଣ କରିପାରନ୍ତି । ଏ ନେଇ ରୋହିତ ଏବଂ ଧୋନୀଙ୍କ ପୂର୍ବତନ ସାଥୀ କେଳାଳି ଅମ୍ବାତି ରାୟୁଡୁ ଏକ ବୟାନ୍ ଦେଇଛନ୍ତି ।

ରାୟୁଡୁ କହିଛନ୍ତି ଯେ, ରୋହିତ ଶର୍ମା ଏବେ ଆହୁରି ୫-୬ ବର୍ଷ ଆଇପିଏଲ ଖେଳିପାରିବେ । ତେଣୁ ଯଦି ରୋହିତ ନେତୃତ୍ୱ ନେବାକୁ ଚାହୁଁଛନ୍ତି, ତେବେ ତାଙ୍କ ପାଇଁ ସାରା ଦୁନିଆ ଖୋଲା ଅଛି । ସେ ଚାହିଁଲେ ଯେକୌଣସି ଦଳର ଅଧିନାୟକ ଭାବରେ ଦାୟିତ୍ୱ ନେଇପାରିବେ । ଏହାପରେ ରାୟୁଡୁ କହିଛନ୍ତି ଯେ, ମୁଁ ଚାହୁଁଛି ରୋହିତ ଆଇପିଏଲ-୨୦୨୫ରେ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନିଅନ୍ତୁ । ଯଦି ଧୋନୀ ଚଳିତବର୍ଷ ଅବସର ଘୋଷଣା କରନ୍ତି, ତେବେ ରୋହିତ ଚେନ୍ନାଇର ନେତୃତ୍ୱ ନେଇପାରନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କ ନେତୃତ୍ୱରେ ୫ଥର ଆଇପିଏଲ ଚମ୍ପିଆନ୍ ହୋଇଛି । ଅନ୍ୟ ପକ୍ଷରେ ଚେନ୍ନାଇ ସୁପର କିଙ୍ଗସକୁ ମଧ୍ୟ ଧୋନୀ ୫ଥର ଆଇପିଏଲ ଟ୍ରଫି ଜିତାଇଛନ୍ତି । ଆଇପିଏଲ ଇତିହାସରେ ଧୋନୀ ଏବଂ ରୋହିତ ସବୁଠାରୁ ସପଳ ଅଧିନାୟକ ଭାବରେ ରହିଛନ୍ତି । ତେଣୁ ଧୋନୀଙ୍କ ଅନୁପସ୍ତିତିରେ ରୋହିତ ଚାହିଁଲେ ଚେନ୍ନାଇ ପକ୍ଷରୁ ଅଧିନାୟକ ଭାବରେ ଆଇପିଏଲ ଖେଳିପାରନ୍ତି ।

Get real time updates directly on you device, subscribe now.