fbpx

୨୫୦୦ ଟଙ୍କା ଶସ୍ତା ହେଲା ସୁନା: ମତଦାନ ମଧ୍ୟରେ ଜନସାଧାରଣଙ୍କୁ ମିଳିଲା ଖୁସି ଖବର

Advertisement

ନୂଆଦିଲ୍ଲୀ: ଦେଶରେ ୬ଷ୍ଠ ପର୍ଯ୍ୟାୟ ଓ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ଗୋଟିଏ ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ଦେଶରେ ଗୋଟିଏ ପଟେ ବିଭିନ୍ନ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଅନ୍ୟପଟେ ଆସିଛି ଏକ ବଡ଼ ଖୁସି ଖବର । ସୁନା ଦରରେ ହ୍ରାସ ଗ୍ରାହକଙ୍କୁ ଦେଇଛି ଏକ ବଡ଼ ଆଶ୍ୱସ୍ତି । ଚଳିତ ସପ୍ତାହରେ ସୁନା ଦର ୨୫ ଟଙ୍କା ହ୍ରାସ ଘଟିଛି । ଫଳରେ ଜନସାଧାରଣ ନିଜ ନିଜର ସନ୍ତାନଙ୍କ ବିବାହ ପାଇଁ ଓ ନିବେଶ ଉଦ୍ଦେଶ୍ୟରେ ସୁନା କ୍ରୟ କରିପାରିବେ ।

ଗତ ଗୁରୁବାର ଦିନ ସୁନା ଦର ୧୦୫୦ ଟଙ୍କା ହ୍ରାସ ଘଟିଥିବା ବେଳେ ବୁଧବାର ଦିନ ୫୦ ଟଙ୍କା ହ୍ରାସ ଘଟିଥିଲା । ସେହିପରି ଶୁକ୍ରବାର ଦିନ ରୁପା ଦର ୫୦୦ ଟଙ୍କା ହ୍ରାସ ପାଇଥିଲା । ଚଳିତ ସପ୍ତାହରେ ସୁନା ଦର ପାଖାପାଖି ୨୫୦୦ ଟଙ୍କା ହ୍ରାସ ଘଟିଛି । ଏମସିଏକ୍ସ ଏକ୍ସଚେଞ୍ଜରେ ଜୁନ ୫ରେ ଡେଲିଭରି ହେବାକୁ ଥିବା ସୁନା ଗତ ୧୭ ତାରିଖରେ ୧୦ ଗ୍ରାମ ପିଛା ୭୩,୭୧୧ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ଶୁକ୍ରବାର ଦିନ ୧୦ ଗ୍ରାମକୁ ୭୧,୨୫୬ରେ ବନ୍ଦ ହୋଇଥିଲା । ଏପରି ଭାବେ ଚଳିତ ସପ୍ତାହରେ ୧୦ ଗ୍ରାମ ସୁନା ଦରରେ ପାଖାପାଖି ୨୪୫୫ ଟଙ୍କା ହ୍ରାସ ପରିଲକ୍ଷିତ ହୋଇଛି ।

Get real time updates directly on you device, subscribe now.