fbpx

ଏବେ ମାଲାମାଲ ହେବ ବିହାର, ରାଜ୍ୟର ଦୁଇ ସହରରେ ଜମି ତଳୁ ବାହାରୁଛି ସୁନା

Advertisement

ନୂଆଦିଲ୍ଲୀ:ବିହାରକୁ ଏକ ଗରିବ ରାଜ୍ୟ କୁହାଯାଏ । କିନ୍ତୁ ଲୋକଙ୍କ ଏହି ଧାରଣ ଖୁବ୍ ଶୀଘ୍ର ଭୁଲ୍ ସାବ୍ୟସ୍ତ ହେବାକୁ ଯାଉଛି । କାରଣ ଏବେ ମାଲାମାଲ ହେବ ବିହାର । କାରଣ ଏଠିକାର ଦୁଇ ସହରରେ ଜମି ତଳୁ ସୁନା ବାହାରିବାରେ ଲାଗିଛି । ବିହାରର ଜମୁଇ ଜିଲ୍ଲାରେ ପୂର୍ବରୁ ଦେଶର ୪୪ ପ୍ରତିଶତ ସ୍ୱର୍ଣ୍ଣ ଭଣ୍ଡାର ରହିଥିବାର ଖବର ସାମ୍ନାକୁ ଆସିଥିଲା । ସେହିପରି ପଡୋଶୀ ଜିଲ୍ଲା ବାଙ୍କାର କଟୋରିଆ ଅଞ୍ଚଳରେ ମଧ୍ୟ ଜମି ତଳେ ଲୁଚି ରହିଥିବା ସୁନା ଭଣ୍ଡାରର ଠାବ କରିବା ଲାଗି ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଟିମ୍ ପକ୍ଷରୁ ସର୍ଭେ କାମ ଆରମ୍ଭ ହୋଇଯାଇଛି ।

ଅନ୍ୟପକ୍ଷରେ ଜମୁଇ ଜିଲ୍ଲାର ସୋନୋ ଅଞ୍ଚଳରେ ସ୍ୱର୍ଣ୍ଣ ଭଣ୍ଡାରର ଖୋଦେଇ ଆରମ୍ଭ ହେବା ନେଇ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଜମୁଇ ଜିଲ୍ଲା ସୋନୋ ପ୍ରଖଣ୍ଡର କରମଟିଆ ଅଞ୍ଚଳରେ ଜମି ତଳେ ସ୍ୱର୍ଣ୍ଣ ଭଣ୍ଡାର ଥିବାର ଖବର କିଛି ମାସ ତଳେ କେନ୍ଦ୍ର ସରକାରର ଖଣିଜ ମନ୍ତ୍ରୀ ସଂସଦରେ ଦେଇଥିଲେ । ଏବେ ଜମୁଇ ପରେ ବାଙ୍କାରେ ସୁନା ମିଳିବା ପରେ ବିହାର ମାଲାମାଲ ହୋଇଯିବ । ଏବେ ସୋନୋ ପ୍ରଖଣ୍ଡ ଇଲାକାର ଲୋକଙ୍କ ଅପେକ୍ଷା ରହିଛି କେବେ ଅତ୍ୟାଧୁନିକ ବୈଜ୍ଞାନିକ ଟେକନିକ୍ରେ କରମଟିଆର ଗର୍ଭରୁ ସୁନା ଖୋଳାଯିବ ଓ ଏହା ଦ୍ୱାରା ବିହାର ସହିତ ସାରା ଦେଶ ବି ଉପକୃତ ହେବ ।
ସୂଚନା ମୂତାବକ ଜମୁଇ ଜିଲ୍ଲାର ସୋନୋରେ ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ଭେ କରାଯିବା ପରେ ଦେଶର ସବୁଠାରୁ ବଡ ସୁନା ଭଣ୍ଡାର ଏଠାରେ ରହିଛି ବୋଲି ଜଣାଯାଇଛି । ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଅନୁଯାୟୀ ଜମୁଇ ଜିଲ୍ଲାରେ ୩୭.୬ ଟନ୍ ଖଣିଜ ଯୁକ୍ତ ଅୟସ୍କ ସହିତ ପ୍ରାୟ ୨୨୨.୮୮ ମିଲିଅନ୍ ଟନ ସୁନାର ଭଣ୍ଡାର ରହିଛି । ବିହାରରେ ୨୨୨.୮୮୫ ମିଲିୟନ୍ ଟନ୍ ସ୍ୱର୍ଣ୍ଣ ଧାତୁ ରହିଛି ଯାହା ଦେଶର ମୋଟ ସ୍ୱର୍ଣ୍ଣ ଭଣ୍ଡାରର ୪୪ ପ୍ରତିଶତ ।

ଏବେ ମିଳିଥିବା ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ସୁନା ସହିତ ଅନ୍ୟ ଧାତୁର ଖନନ ସମ୍ବନ୍ଧିତ ନିୟମର ସଂଶୋଧନ କରିବା ପରେ ମାଟି ତଳେ ରହିଥିବା ସୁନା ସହିତ ଅନ୍ୟ ଧାତୁର ଖନନ ଲାଗି ଏବେ ଅତ୍ୟାଧୁନିକ ଟେକନିକ୍ ବ୍ୟତିତ ଘରୋଇ ସେକ୍ଟରର ସହଯୋଗ ବି ନିଆଯିବ । ଏହାଦ୍ୱାରା ସୁନା ଖନନ ଖର୍ଚ୍ଚ ହ୍ରାସ ପାଇବ ।

Get real time updates directly on you device, subscribe now.