fbpx

ଜିଏସଟି ଫାଙ୍କି ସୁନା ଚାଲାଣ, ଜରିମାନା ଆଦାୟ

Advertisement

ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): ଜିଏସଟି ଫାଙ୍କି ସୁନା ଓ ରୂପା ଚାଲାଣ ହେଉଥିବା ବେଳେ ୩ ଜଣ ବ୍ୟକ୍ତି ପୋଲିସ ହାତରେ ଧରାପଡ଼ିଛନ୍ତି । ଧରାପଡ଼ିବା ବେଳେ ପୋଲିସ ସେମାନଙ୍କ ଠାରୁ ଜରିମାନା ଆଦାୟ କରିଥିବା ଜଣାପଡ଼ିଛି । ଜରିମାନା ଆଦାୟ ପରେ ୩ ଜଣ ମୁକୁଳିଥିବା ଜଣାପଡ଼ିଛି । ଖବରରୁ ଜଣାପଡ଼ିଛି ଯେ, ଗତକାଲି ଏକ କାରରୁ ୭ କେଜି ସୁନା, ୨୪୦ କେଜି ରୂପା ଉଦ୍ଧାର କରାଯାଇଥିଲା । ତେବେ ଏହି ସୁନା, ରୂପା ତାମିଲନାଡ଼ୁର ସାଲେମରୁ ବ୍ରହ୍ମପୁରକୁ ଚାଲାଣ ହେଉଥିବା ଜଣାଯାଇଛି । ପୋଲିସ ଚାଲାଣକାରୀଙ୍କଠାରୁ ଜରିମାନା ବାବଦକୁ ୨୩ ଲକ୍ଷ ୨୨ ହଜାର ଟଙ୍କା ଆଦାୟ କରିବା ସହ ଜବତ ସୁନା ଓ ରୂପା ସେମାନଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.