fbpx

କାଳ ସାଜୁଛି ମୋବାଇଲ ଗେମ , ମାଆର ଆକଟ ପରେ ନାବାଳକର ଆତ୍ମହତ୍ୟା

Advertisement

କରୋନା ସଙ୍କଟ ସମୟରେ ,ରାଜ୍ୟ ସରକାର ଏବେ ଅନଲାଇନ୍ ପାଠପଢାକୁ ଗୁରୁତ୍ୱ ଦେଉଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ମେବାଇଲ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଏପରି ସମୟରେ କିଛି ଛାତ୍ରଛାତ୍ରୀ ପାଠନପଢି ମୋବାଇଲ ରେ ଖାଲି ଗେମ ଖେଳୁଛନ୍ତି । ଅଭିଭାବକମାନେ ଏଥିରୁ ସେମାନଙ୍କୁ ବାରଣ କରିବା ଦ୍ୱାରା ଘଟୁଛି ବଡ ଧରଣର ଅଘଟଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗଡ଼ମାଣତିର ତଳଗଡ଼ ସାହିରେ ।
ସୂଚନା ଅନୁସାରେ ଗ୍ରାମର ଅକ୍ଷୟ ସୁବୁଦ୍ଧିଙ୍କ ପୁଅ ଅଶୋକ (୧୩) ନବମ ଶ୍ରେଣୀରେ ପାଠ ପଢ଼ନ୍ତି । ଶନିବାର ଅପରାହ୍ନ ସମୟରେ ସେ ମୋବାଇଲରେ ଗେମ୍‌ ଖେଳୁଥିବାବେଳେ ତାଙ୍କ ମା’ ଏହାକୁ ମନା କରିଥିଲେ । ଏହାସହ ବାପାଙ୍କୁ ଫୋନ କରିବାକୁ ମୋବାଇଲ ମାଗିଥିଲେ। କିନ୍ତୁ ଅଶୋକ ମା’ଙ୍କ କଥା ନ ଶୁଣି ଗେମ୍‌ ଖେଳିଥିଲେ । ପରେ ବିରକ୍ତ ହେବା ସହ ମା’ ଅଶୋକଠାରୁ ମୋବାଇଲ ଛଡ଼ାଇ ନେଇଥିଲେ।

ଏହାକୁ ନେଇ ଅଶୋକ ମନଦୁଃଖ କରିଥିଲେ । କିଛି ସମୟ ଚୁପ ବସିବା ପରେ ଶୌଚ ପାଇଁ ଯାଇଥିଲେ । କିନ୍ତୁ ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କୁ ଖୋଜା ଖୋଜି କରାଯାଇଥିଲା । ପରେ ଘର ପାଇଖାନାରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ଅଶୋକଙ୍କୁ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.