fbpx

ସୁନାରେ ବିନିଯୋଗ କରିବାର ସୁବର୍ଣ୍ଣ ସୁଯୋଗ! ସୋମବାରଠାରୁ ମିଳିବ ଏତେ ଶସ୍ତା ସୁନା, ସରକାର ଆରମ୍ଭ କରୁଛନ୍ତି ଏହି ଯୋଜନା

AAKASH

ନୂଆଦିଲ୍ଲୀ: ଯଦି ଆପଣ ସୁନାରେ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆସନ୍ତା ସପ୍ତାହରେ ଆପଣଙ୍କ ପାଇଁ ଆସିବାକୁ ଯାଉଛି ଏକ ସୁବର୍ଣ୍ଣ ସୁଯୋଗ । ଯେଉଁଠାରେ ଆପଣ ଶସ୍ତା ସୁନା କିଣିପାରିବେ । ତେବେ ଶସ୍ତା ଦରରେ ସୁନା କିଣିବାକୁ ସରକାର ଆଉ ଏକ ସୁଯୋଗ ଦେଉଛନ୍ତି । ନିବେଶକମାନେ ସାର୍ବଭୌମ ଗୋଲ୍ଡ ବଣ୍ଡ ଯୋଜନା ଅନ୍ତର୍ଗତ ବଜାର ମୂଲ୍ୟ ଅପେକ୍ଷା କମ୍ ଦାମରେ ସୁନା କିଣି ପାରିବେ । ଏହି ଯୋଜନା ପୁଣି ପାଞ୍ଚ ଦିନ ପାଇଁ ଅର୍ଥାତ୍ ୨୪ ମେ ରୁ ୨୮ ମେ’ ପର୍ଯ୍ୟନ୍ତ ଖୋଲା ରହିବ । ତେବେ ଏଥିରେ ପ୍ରଥମ କିସ୍ତି ମେ ୧୭ ରୁ ମେ ୨୧ ପର୍ଯ୍ୟନ୍ତ ସଦସ୍ୟତା ପାଇଁ ଖୋଲା ଥିଲା ଓ ଏବେ ଦ୍ୱିତୀୟ କିସ୍ତି ପାଇଁ ସରକାର ପ୍ରାଇସ୍ ସ୍ଥିର କରିଛନ୍ତି । ଅର୍ଥାତ୍ ସୋମବାର ବା ମେ’ ୨୪ ହେଉଛି ଦ୍ୱିତୀୟ କିସ୍ତିର ପ୍ରଥମ ଦିନ ।

ସାର୍ବଭୌମ ଗୋଲ୍ଡ ବଣ୍ଡର ଦ୍ୱିତୀୟ କିସ୍ତି ପାଇଁ ଗ୍ରାମ ପିଛା ୪,୮୪୨ ଟଙ୍କା ସ୍ଥିର କରାଯାଇଛି । ଏହା ମେ ୨୪ ରୁ ୨୮ ମେ ମଧ୍ୟରେ ଖୋଲା ରହିବ । ପ୍ରଥମ କିସ୍ତି ପାଇଁ ସବସ୍କ୍ରିପସନ୍ ମୂଲ୍ୟ ଗ୍ରାମ ପିଛା ୪,୭୭୭ ଟଙ୍କା ଧାର୍ଯ୍ୟ କରାଯାଇଛି । ଅନଲାଇନ ସୁନା ବଣ୍ଡ କିଣିବା ପାଇଁ ପ୍ରତି ଗ୍ରାମରେ ୫୦ ଟଙ୍କା ରିହାତି ମିଳିବ ।

ତେବେ ନିବେଶକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଭାରତରେ ସୁନା ବିନିଯୋଗ ବିକଳ୍ପ ମଧ୍ୟରେ ସାର୍ବଭୌମ ଗୋଲ୍ଡ ବଣ୍ଡ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ସାର୍ବଭୌମ ଗୋଲ୍ଡ ବଣ୍ଡ ଯୋଜନାରେ ଜଣେ ବ୍ୟକ୍ତି ଆର୍ôଥକ ବର୍ଷରେ ୪ କିଲୋଗ୍ରାମ ପର୍ଯ୍ୟନ୍ତ ସୁନା ବଣ୍ଡ କିଣି ପାରିବେ । ଏଥି ସହିତ ସର୍ବନିମ୍ନ ବିନିଯୋଗ ଏକ ଗ୍ରାମର ହେବା ଆବଶ୍ୟକ ।

ଆପଣ ଅନଲାଇନରେ ସୁନା ବଣ୍ଡ କିଣି ପାରିବେ । ଏହା ବ୍ୟତୀତ ଏହା ବ୍ୟାଙ୍କ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌, ଡାକଘର ଏବଂ ଏନଏସଇ ପରି ଷ୍ଟକ୍ ଏକ୍ସଚେଞ୍ଜ ମାଧ୍ୟମରେ ମଧ୍ୟ ବିକ୍ରି ହେବ । ଛୋଟ ଫାଇନାନ୍ସ ବ୍ୟାଙ୍କ ଏବଂ ପେମେଣ୍ଟ ବ୍ୟାଙ୍କରେ ଏହାର ବିକ୍ରି ହୁଏ ନାହିଁ ।

Get real time updates directly on you device, subscribe now.