fbpx

NALCO ରେ ଚାକିରି ଅଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଦରମା ୧ ଲକ୍ଷ ଟଙ୍କା

ଭୁବନେଶ୍ୱର: ଚାକିରି ଅଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ’ରେ ନିଯୁକ୍ତି ସୁଯୋଗ। ନାଲକୋ ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ଅଫଲାଇନ ମୋଡରେ ଆବେଦନ କରିପାରିବେ। ଏଠାରେ ଖାଲିପଡିଥିବା ପଦବୀରେ ଭର୍ତ୍ତି ପାଇଁ ଶେଷ ତାରିଖ ୩୧ ଅକ୍ଟୋବର ୨୦୨୨ ରହିଛି।

ପଦବୀ ବିବରଣୀ : ୧୯

ସିଓଓ, ସିଏଫଓ, ପ୍ରୋଜେକ୍ଟ ମ୍ୟାନେଜର, ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର, ସିଭିଲ ଇଂନିଜିୟର ଭାଲିପଦବିରେ ନିଯୁକ୍ତି ସୁଯୋଗ ରହିଛି।

ଜରୁରୀ ତାରିଖ: ଆବେଦନ କରିବା ପାଇଁ ଶେଷ ତାରିଖ ୩୧ ଅକ୍ଟୋବର ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା: ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ ସ୍ନାତକ ଡିଗ୍ରୀ/ପିଜି ଡିଗ୍ରୀ/ ଡିପ୍ଲୋମା/ଏମବିଏ/ ସିଏମଏ/ ସିଏ କରିଥିବା ଜରୁରୀ।

ଅଭିଜ୍ଞତା: ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧୀୟ କାମରେ ୧୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ।

ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୫ ରୁ ୬୨ ବର୍ଷ ହେବା ଜରୁରୀ।

କେମିତି ହେବ ଚୟନ: ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ।

ଦରମା: ଚୟନ ହେବା ପ୍ରାର୍ଥୀଙ୍କୁ ୩୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।

କେମିତି କରିବେ ଆବେଦନ: ଆବେଦନ କରିବାକୁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀ ୩୧ ଅକ୍ଟୋବର ୨୦୨୨ ପୂର୍ବରୁ ଅଫଲାଇନ ମୋଡରେ ଆବେଦନ କରିପାରିବେ।

Get real time updates directly on you device, subscribe now.