କ୍ରିକେଟ ଜଗତରେ ଅନେକ ଅଜବ ଘଟଣା ଦେଖିବାକୁ ମିଳେ । ମ୍ୟାଚ୍ ସମୟରେ ଖେଳାଳିମାନେ ଆହତ ହେବା ମଧ୍ୟ ସାଧାରଣ ଘଟଣା । ଅଧିକାଂଶ ଖେଳାଳି ବଲ୍ ଦ୍ୱାରା ଆଘାତ ପାଇ କିମ୍ବା ଫିଲ୍ଡିଂ କରିବା ସମୟରେ ଆହତ ହୁଅନ୍ତି । କେତେବେଳେ ମାଂସପେଶୀରେ ଟାଣ ଯୋଗୁଁ ଖେଳାଳିମାନେ ଯନ୍ତ୍ରଣା ଅନୁଭବ କରନ୍ତି ।
କିନ୍ତୁ ଅଷ୍ଟ୍ରେଲିଆରେ ଏକ ଘରୋଇ ମ୍ୟାଚ୍ ସମୟରେ ଜଣେ ମହିଳା ଖେଳାଳି ଯେପରି ଆହତ ହେଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ପ୍ରକୃତରେ ଏହି ଖେଳାଳିଙ୍କୁ ପଡ଼ିଆର ମଝିରେ ଏକ କାର ଧକ୍କା ଦେଇଥିଲା ।
ତେବେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ୨୩ ବର୍ଷରୁ କମ୍ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମ୍ୟାଚ୍ ସୁବିଆକୋ ଫ୍ଲୋରିଏଟ୍-ଏ ଏବଂ ମିଡଲ୍ୟାଣ୍ଡ ଗିଲ୍ଡଫୋର୍ଡ-ଏ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ ସହିତ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖାଯାଉଛି ଯେ ମିଡଲ୍ୟାଣ୍ଡ ଗିଲ୍ଡଫୋର୍ଡ-ଏ ଦଳ ବ୍ୟାଟିଂ କରୁଥିବା ସମୟରେ ପଡ଼ିଆରେ ଡିଙ୍କସ୍ ମଗାଯାଇଥିଲା । ସାଧାରଣତଃ କ୍ରିକେଟରେ, ଗଲ୍ଫ କାର୍ଟ ମାଧ୍ୟମରେ ଡିଙ୍କସ୍ ପଡ଼ିଆକୁ ଅଣାଯାଏ । ଏହି ମ୍ୟାଚରେ ମଧ୍ୟ ସମାନ କିଛି ଦେଖିବାକୁ ମିଳିଥିଲା ।
କିନ୍ତୁ ଡିଙ୍କସ୍ ବିରତି ପରେ, ଯେତେବେଳେ ଗଲ୍ଫ କାର୍ଟଟି ଗ୍ରାଉଣ୍ଡ ଛାଡିବାକୁ ଲାଗିଲା, ସେତେବେଳେ ଏହା ଭାରସାମ୍ୟ ହରାଇ ଜଣେ ସୁବିଆକୋ ଫ୍ଲୋରିଏଟ୍-ଏ ଖେଳାଳିଙ୍କ ସହ ଧକ୍କା ହେଲା । ଧକ୍କା ଏତେ ଜୋରଦାର ଥିଲା ଯେ ଖେଳାଳି ଜଣକ ପବନରେ ଉଡି ତଳେ ଛିଟିକି ପଡ଼ିଲେ ।
ସୌଭାଗ୍ୟବଶତଃ, ଏହି ଖେଳାଳିଙ୍କୁ କୌଣସି ଗୁରୁତର ଆଘାତ ଲାଗିନାହିଁ । ଏହି ଘଟଣା ସମୟରେ, ସମସ୍ତ ସାଥୀ ଖେଳାଳି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, କିନ୍ତୁ ଯେତେବେଳେ ସେମାନେ ଦେଖିଲେ ଯେ ଏହି ଖେଳାଳି ସୁସ୍ଥ ଅଛନ୍ତି, ସମସ୍ତେ ହସିବା ଦେଖାଯାଇଥିଲଆରମ୍ଭ କରିଥିଲେ । ଏହି ଘଟଣାର ଭିଡିଓ ଏବେ ପ୍ରଶଂସକଙ୍କ ମଧ୍ୟରେ ଭାଇରାଲ ହେବାରେ ଲାଗିଛି ।
🤣🤣https://t.co/aJgHjoJ0SJ pic.twitter.com/ACcuR3uhp7
— Krithika (@krithika0808) March 16, 2025