‘ଇସ୍ରାଏଲ-ଆମେରିକା ଏବଂ ଦୁନିଆ ପାଇଁ ଭଲ ଦିନ’, ୟାହ୍ୟା ସିନୱାରଙ୍କ ମୃତ୍ୟୁକୁ ନେଇ ଏପରି କହିଲେ ବାଇଡେନ

ନୂଆଦିଲ୍ଲୀ: ଇସ୍ରାଏଲ ହମାସର ମୁଖ୍ୟ ୟାହା ସିନୱାରଙ୍କୁ ହତ୍ୟା କରିଛି। ସିନୱାର ଜୁଲାଇ ମାସରେ ରାଜନୈତିକ ମୁଖ୍ୟ ଇସ୍ମାଇଲ ହାନିୟାଙ୍କ ମୃତ୍ୟୁ ପରେ ହମାସର ଲିଡର ହୋଇଥିଲେ। ସିନୱାରଙ୍କ ନିହତ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜୋ ବାଇଡେନ କହିଛନ୍ତି ଯେ, ଇସ୍ରାଏଲ ସୈନିକଙ୍କ ଆକ୍ରମଣରେ ହମାସ ନେତା ୟାହ୍ୟା ସିନୱାରଙ୍କୁ ନିହତ କରିବା ଇସ୍ରାଏଲ-ଆମେରିକା ଏବଂ ଦୁନିଆ ପାଇଁ ଏକ ଭଲ ଦିନ। ବାଇଡେନ କହିଛନ୍ତି ଯେ, ସିନୱାରଙ୍କ ମୃତ୍ୟୁ ହମାସ ପାଇଁ ଇସ୍ରାଏଲର ବନ୍ଦୀମାନଙ୍କୁ ମୁକ୍ତ କରିବା ଏବଂ ଗାଜାରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ଏକ ସୁଯୋଗ।

ସେ ଆହୁରି କହିଛନ୍ତି ଯେ, ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ଆକ୍ରମଣ କରିବାର ମାଷ୍ଟରମାଇଣ୍ଡଙ୍କ ମୃତ୍ୟୁ ପୁଣି ଥରେ ପ୍ରମାଣିତ କରିଛି ଯେ, ଦୁନୁଆରେ କୌଣସି ମଧ୍ୟ ଆତଙ୍କବାଦୀ ନ୍ୟାୟରୁ ବଞ୍ଚି ପାରିବ ନାହିଁ। ତାହା ଯେତେ ସମୟ ଲାଗିଲେ ମଧ୍ୟ ଆତଙ୍କବାଦର ପରାଜୟ ହିଁ ସୁନିଶ୍ଚିତ। ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସମେତ ଅନ୍ୟ ଇସ୍ରାଏଲ ନେତାମାନଙ୍କ ସହ କଥା ହେବେ ଏବଂ ଅଭିନନ୍ଦନ ଜଣାଇବେ। ବାଇଡେନ ଏହା ମଧ୍ୟ କହିଛନ୍ତି ଯେ, ବନ୍ଦୀଥିବା ଲୋକଙ୍କୁ ତାଙ୍କ ପରିବାରଙ୍କ ପାଖକୁ ନେବେ ଏବଂ ଏହି ଯୁଦ୍ଧକୁ ସମାପ୍ତ କରିବାର ଉପାୟ ଗୁଡିକ ମଧ୍ୟ ଆଲୋଚନା କରିବେ। ବାଇଡେନ ଏହି ଘଟଣାର ତୁଳନା ଅଲ-କାୟଦାର ଆତଙ୍କବାଦୀ ଓସାମା ବିନ ଲାଡେନଙ୍କ ହତ୍ୟା ପରେ ଆମେରିକାରେ ଅନୁଭବ କରାଯାଇଥିବା ଭାବନା ସହ କରିଛନ୍ତି। ଲାଡେନ ୧୧ ସେପ୍ଟେମ୍ବର ୨୦୦୧ରେ ଆମେରିକାରେ କରାଯାଇଥିବା ଆକ୍ରମଣର ଅଭିଯୁକ୍ତ ଥିଲେ।

Get real time updates directly on you device, subscribe now.