fbpx

ଖୁସି ଖବର, GSTରେ ମିଳିବ ୫୦ ପ୍ରତିଶତ ରିହାତି: କେବେ ଲାଗୁ ହେବ ନୂଆ ନିୟମ?

ନୂଆଦିଲ୍ଲୀ: ଗଣପର୍ବ ହୋଲି ପୂର୍ବରୁ କେନ୍ଦ୍ର ସରକାର ଏକ ଉପହାର ଭେଟି ଦେଇଛନ୍ତି । ଅର୍ଦ୍ଧସୈନିକ ବଳ(CAPF)ର ଯବାନ୍ ମାନଙ୍କ ପାଇଁ ଜିଏସଟିରେ ୫୦% ରିହାତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସିଏପିଏଫର ଯବାନଙ୍କୁ କ୍ୟାଣ୍ଟିନରେ ମିଳୁଥିବା ପ୍ରଡକ୍ଟ ଉପରେ ୫୦ ପ୍ରତିଶତ ଜିଏସଟି ଛାଡ଼ କରାଯିବ । ପୂର୍ବ ଅର୍ଦ୍ଦସୈନିକ ବଳର ୱେଲଫେୟାର ସହ ଜଡ଼ିତ ସଂଗଠନ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ରିହାତି କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର(KPKB) ପାଇଁ ନୋଟିଫାଏ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ତରପରୁ ଆସୁଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ(CAPF)ରେ ସିଆରପିଏଫ ସମେତ ବିଏସଏଫ, ସିଆଇଏସଏଫ, ଆଇଟିବିପି ଏବଂ ଏସଏସବି ଇତ୍ୟାଦି ସାମିଲ ରହିଛି । ଏମାନଙ୍କ ବ୍ୟତୀତ ଗୃହ ମନ୍ତ୍ରାଳୟ ସହ ଜଡ଼ିତ ବିଆରପିଏଫ ଏବଂ ଏନସିଆରବି ଭଳି ଅନ୍ୟ ସଂସ୍ଥା ଗୁଡ଼ିକୁ ମଧ୍ୟ ଏହିସବୁ କ୍ୟାଣ୍ଟିନର ସୁବିଧା ଯୋଗାଇ ଦିଆଯାଏ । ତେବେ କନଫେଡେରେସନ୍ ଅଫ୍ ଏକ୍ସ ପାରାମିଲିଟାରୀ ଫୋର୍ସେଜ ମାର୍ଟିୟର୍ସ ୱେଲଫେୟାର ଆସୋସିଏନର ମହାସଚିବ ରଣବୀର ସିଂହ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ୨୦ ଲକ୍ଷରୁ ଅଧିକ କାର୍ଯ୍ୟରତ ତଥା ଅର୍ଦ୍ଧସୈନିକ ବଳର ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଏହା ଏକ ହୋଲି ଉପହାର ବୋଲି କହିଛନ୍ତି ରଣବୀର ସିଂହ । ତେବେ ଯବାନଙ୍କ ପାଇଁ ଛାଡ଼ ହୋଇଥିବା ଜିଏସଟି ବାକି ୫୦% ସରକାର ଦେବେ ବୋଲି ସେ ପ୍ରକାଶ କରିଛନ୍ତି ।

କ୍ୟାଣ୍ଟିନ ପ୍ରଡକ୍ଟରେ ୫୦% ଜିଏସଟି ବ୍ୟବସ୍ଥା ଆସନ୍ତାବର୍ଷ ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବୋଲି ଜାଣିବାକୁ ମିଳିଛି । ସେ କହିଛନ୍ତି ଯେ, ସରକାରଙ୍କ ତରଫରୁ ଦିଆ ଯାଇଥିବା ରିହାତିେରେ ଖର୍ଚ୍ଚ ହେବାକୁ ଥିବା ଟଙ୍କାକୁ ସୁରକ୍ଷା ବଳ ପାଇଁ ଆବଣ୍ଟିତ ବଜେଟରୁ ହିଁ ନିଆଯିବ । କେନ୍ଦ୍ରୀୟ ପୋଲିସ କ୍ୟାଣ୍ୟିନ ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ କର୍ମୀଙ୍କ ୫୦ ଲକ୍ଷ ପରିଜନଙ୍କ ସହ ଅବସରପ୍ରାପ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଘରୋଇ ଆବଶ୍ୟକୀୟ ଜିନିଷର ବିକ୍ରି କରାଇଥାଏ ।

Get real time updates directly on you device, subscribe now.