fbpx

ହରିୟାଣାରେ ରାଜନୈତିକ ଅସ୍ଥିରତା, ଇସ୍ତଫା ଦେବେ ମନୋହର ଲାଲ ଖଟ୍ଟର !

ଚଣ୍ଡିଗଡ଼: ଆଗାମୀ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଜୋରାସୋର ପ୍ରସ୍ତୁତି ଜାରି ରହିଛି । ଦଳବଦଳ ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ବି ହେଉଛି । ଏଥିମଧ୍ୟରେ ଆଜି ଚଣ୍ଡିଗଡ଼ ସ୍ଥିତ ହରିୟାଣା ନିବାସରେ ସକାଳ ୧୧ଟା ୩୦ରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ବିଜେପିର ସମସ୍ତ ବିଧାୟକ ଏବଂ ମନ୍ତ୍ରୀ ଏହି ବୈଠକରେ ଯୋଗ ଦେବେ । ଏହା ବ୍ୟତୀତ ବିଜେପି ସମର୍ଥିତ ସ୍ୱାଧୀନ ବିଧାୟକମାନେ ମଧ୍ୟ ଏହି ବୈଠକରେ ଯୋଗ ଦେବେ ।

୨୦୧୯ରେ ହରିୟାଣା ବିଧାନସଭା ନିର୍ବାଚନରେ ୯୦ଟି ଆସନରୁ ବିଜେପି ୪୦ଟି ଆସନରେ ବିଜୟ ହାସଲ କରିଥିଲା । ସେହିପରି କଂଗ୍ରେସ ୩୧ଟି ଆସନ ଏବଂ ଜନନାୟକ ଜନତା  ପାର୍ଟି(ଜେଜେପି) ୧୦ଟି ଆସନରେ ବିଜୟ ଲାଭ କରିଥିଲେ । ଏହା ପରେ ବିଜେପି ଏବଂ ଜେଜେପି ମେଣ୍ଟ ସରକାର ଗଠନ କରିଥିଲେ । ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ଲୋକସଭା ନିର୍ବାଚନରେ ବିଜେପି ଏବଂ ଜେଜେପି ମେଣ୍ଟ ସରକାର ଦେଖିବାକୁ ମିଳିବ ନାହିଁ । ବିଜେପି ୧୦ଟି ଲୋକସଭା ଆସନ ପାଇଁ ଏକୁଟିଆ ନିର୍ବାଚନ ଲଢ଼ିବାକୁ ଚାହୁଁଛି । ନଭେମ୍ବର ୨୦୨୪ରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ମନୋହର ଲାଲ ଖଟ୍ଟରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣାର ବିଜେପି ଅଧ୍ୟକ୍ଷ ନାୟାବ ସୈନି ଏବଂ ବିଜେପି ସାଂସଦ ସଞ୍ଜୟ ଭାଟିଆ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ଅଛନ୍ତି ।

Get real time updates directly on you device, subscribe now.