fbpx

୩୭୮ OASଙ୍କ ପାଇଁ ଖୁସି ଖବର, ନିଯୁକ୍ତି ବୈଧ କଲେ ହାଇକୋର୍ଟ

କଟକ(ଓଡ଼ିଶା ଭାସ୍କର): ହାଇକୋଟରେ ୨୦୦୬ ଓଏଏସ୍ ନିଯୁକ୍ତ ବିବାଦ ମାମଲାରେ ୩୭୮ ଓଏଏସ୍ ଅଧିକାରୀଙ୍କୁ ମିଳିଛି ଆଶ୍ୱସ୍ତିକର ଖବର । ଏହି ମାମଲାରେ ୩୭୮ ଓଏଏସ ଅଧିକାରୀଙ୍କ ନିଯୁକ୍ତିକୁ ବୈଧ କରିଛନ୍ତି ହାଇକୋର୍ଟ । ସ୍ୟାଟଙ୍କ ଆଦେଶ ରଦ୍ଦ ସହ ନିଯୁକ୍ତିକୁ ବୈଧ କରିଛନ୍ତି ହାଇକୋର୍ଟ । ତେବେ ୨୦୦୬ର ନିଯୁକ୍ତି ବିଜ୍ଞପ୍ତିକୁ ପ୍ରଥମେ ସ୍ୟାଟରେ ଚ୍ୟାଲେଞ୍ଚ ହୋଇଥିଲା । ଚୂଡ଼ାନ୍ତ ପରୀକ୍ଷାରେ ଅକୃତକାର୍ଯ୍ୟ କିଛି ପ୍ରାର୍ଥୀ ଚ୍ୟାଲେଞ୍ଜ କରିଥିଲେ । ଆବେଦନର ବିଚାର କରି ୩୭୮ ଜଣଙ୍କର ନିଯୁକ୍ତି ରଦ୍ଦ କରିଥିଲେ ସ୍ୟାଟ୍ । ସ୍ୟାଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଚ କରାଯାଇଥିଲା । ହାଇକୋର୍ଟ ପ୍ରଥମେ ସ୍ୟାଟ୍ ନିର୍ଦ୍ଦେଶରେ ରହିତାଦେଶ ଦେଇଥିଲେ । ଆଜି ମାମଲାର ଚୂଡ଼ାନ୍ତ ରାୟରେ ସ୍ୟାଟଙ୍କ ନିର୍ଦ୍ଦେଶ ରଦ୍ଦ କରିଛନ୍ତି ହାଇକୋର୍ଟ ।

Get real time updates directly on you device, subscribe now.