fbpx

ଶୀଘ୍ର ସାରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯାଇପାରେ ଆପଣଙ୍କ ପେନସନ୍; ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ: ଯଦି ଆପଣ ଚାହୁଁନାହାନ୍ତି ଆପଣଭ୍କ ପେନସନ୍ ବନ୍ଦ ହୋଇଯାଉ ତେବେ ଆପଣ ଖୁବ୍ ଶୀଘ୍ର ଆପଣଙ୍କ ଲାଇଫ୍ ସାର୍ଟିଫିକେଟ୍ ସବମିଯ୍ କରିଦିଅନ୍ତୁ । ଜାଣି ରଖନ୍ତୁ ଯେ, ପେନସନ୍ ପାଇବାକୁ ଏବଂ ତାକୁ ଜାରି ରଖିବାକୁ ପ୍ରତ୍ୟେ ବ୍ୟକ୍ତିଙ୍କୁ ସରକାରୀ ପେନସନଭୋଗୀଙ୍କୁ ନଭେମ୍ବରରେ ଏକ ବାର୍ଷିକ ଜୀବନ ପ୍ରମାଣ ପତ୍ର ଜମା କରିବାକୁ ପଡ଼ିଥାଏ । ୮୦ ବର୍ଷ କିମ୍ବା ତାଠାରୁ ଅଧିକ ଆୟୁ ର ଲୋକମାନେ ଅକ୍ଟୋବର ୧ ତାରିଖରୁ ହିଁ ଜୀବନ ପ୍ରମାଣ ପତ୍ର ଦେବା ଆରମ୍ଭ କରିଛନ୍ତି ।

ତେବେ ଏହାକୁ ନେଇ ଏସବିଆଇ ପକ୍ଷରୁ ଟୁଇଟ୍ କରି କୁହାଯାଇଛି େଯେ, ଆପଣ ଜୀବନ ପ୍ରମାଣ ପତ୍ର ଜମା କରନ୍ତୁ! ୮୦ ବର୍ଷ ଓ ତାଠାରୁ ଅଧିକ ଆୟୁ ବର୍ଗର ପେନସନଭୋକ୍ତା ମାନେ ଅକ୍ଟୋବର ୧ ୨୦୨୧ରୁ ଜୀବନ ପ୍ରମାଣ ପତ୍ର ଜମା କରିପାରିବେ ।
ତେବେ ଜୀବନ ପ୍ରମାଣ ପତ୍ର ପାରମ୍ପରିକ ଉପାୟରେ ଜମା ହୋଇପାରିବ । ଏହି ପ୍ରକ୍ରିୟାରେ ପେନସନଭୋକ୍ତା ମାନେ ନିଜର ପେନସନ୍ ପାଇବା ପାଇଁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିଥାଏ । ଅନ୍ୟପଟେ ଜଣେ ପେନସନଭୋକ୍ତା ଅନଲାଇନ୍ ମଧ୍ୟ ଜୀବନ ପ୍ରମାଣ ପତ୍ର ଜମା କରିପାରିବ । ଏଥିପାଥଇଁ ଆପଣ ମୋବାଇଲ୍ କିମ୍ବା କମ୍ପ୍ୟୁଟର୍ ରେ ୟୁଆଇଡିଏଆଇ ପ୍ରମାଣିତ ବାୟୋମେଟ୍ରିକ୍ ଡିଭାଇସ୍ ସଂଲଗ୍ନ କରି ନିଜର ଜୀବନ ପ୍ରମାଣ ପତ୍ର ଡିଜିଟାଲ ରୂପରେ ଜାମ କରିବାପାରିବେ ।

Get real time updates directly on you device, subscribe now.