fbpx

MSRTC ବଢ଼ାଇଲା କର୍ମଚାରୀଙ୍କ ଡିଏ, ଦୀପାବଳୀ ବୋନସ୍ ସହିତ ମିଳିବ ଏହି ଭତ୍ତା

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ ବା MSRTC ନିଜର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୨%ରୁ ୧୭% ବଢ଼ାଇଦେଇଛି । ଏଥିରେ MSRTCର ପାଖାପାଖି ୯୫,୦୦୦ କର୍ମଚାରୀଙ୍କର ଫାଇଦା ହେବ ।

ଏମଏସଆରଟିସି କହିଛି ଯେ, କର୍ମଚାରୀଙ୍କୁ ଅକ୍ଟୋବର ଦରମା ୭ ତାରିଖ ବଦଳରେ ୧ ନଭେମ୍ବରକୁ ଦୀପାବଳୀ ଉତ୍ସବ ପୂର୍ବରୁ ଦିଆଯିବ । ଏହା ସହ ନିଗମ ପକ୍ଷରୁ କର୍ମଚାରୀ ଓ ଅଧିକାରୀଙ୍କୁ ୨,୫୦୦ ଟଙ୍କା ଓ ୫,୦୦୦ ଟଙ୍କାର ଦିପାଳବୀ ଗିଫ୍ଟ ଦେବାର ଘୋଷଣା ହୋଇଛି ।

ତେବେ ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ କେନ୍ଦ୍ରରୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଡିଏ ଓ ଡିଆର ଉପରେ ୨୮%ରୁ ୩ ପ୍ରତିଶତ ବଢ଼ାଇବାକୁ ମଞ୍ଜୁରୀ ଦେଇଥିଲେ । ଏହି ମଞ୍ଜୁରୀ ପରେ ଡିଏ ବଢ଼ି ୩୧ ପ୍ରତିଶତ ହୋଇଛି, ଯାହାକି ୧ ଜୁଲାଇ ୨୦୨୧ରୁ ଲାଗୁ ହେବ ।

Get real time updates directly on you device, subscribe now.