fbpx

କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି: ୪% ବୃଦ୍ଧି ପାଇଲା DR

Advertisement

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଦୀପାବଳି ପୁର୍ବରୁ ଆସିଛି ଖୁସି ଖବର। କେନ୍ଦ୍ରୀୟ କର୍ମଚାରିଙ୍କ ୪% ମହଙ୍ଗା ଭର୍ତ୍ତା(ଡିଆର) ବୃଦ୍ଧି କରିଛନ୍ତି ସରକାର। ସରକାର ୧ଜୁଲାଇ ୨୦୨୨ରୁ ଏହାକୁ ପ୍ରଭାବି କରିବାକୁ ଯାଉଛନ୍ତି। ପେନ୍ସନ୍ ଏବଂ ପେନ୍‌ସନ୍‌ ଭୋଗୀ କଲ୍ୟାଣ ବିଭାଗର କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚାନ ଦିଆଯାଇଛି। ଏବେ ଡିଆର ବଢି ୩୮ ପ୍ରତିଶତ ହୋଇଛି। ନିକଟରେ କେନ୍ଦ୍ର ସରକାର ୪% ଡିଏ ବୃଦ୍ଧି କରିଥିଲେ।

୮ ତାରିଖରେ ପ୍ରାକଶ ପାଇଥିବା ବିଜ୍ଞପ୍ତି ଅନୁଯାୟି କେନ୍ଦ୍ର ସରକାର ପେନସନ୍ ଭୋଗୀ ପରିବାରଙ୍କ ପାଇଁ ମହଙ୍ଗା ଭର୍ତ୍ତା ୩୪ରୁ ବୃଦ୍ଧି କରି ୩୮% କରିଛନ୍ତି। ଡିଆର ବ୍ୟତିତ ସରକାର ପୁର୍ବରୁ ଡିଏ ମଧ୍ୟ ୪% ବୃଦ୍ଦି କରିଥିଲେ। ଏହା ଦ୍ୱାରା ପେନସନ ପାଉଥିବା ପରିବାର ଗୁଡ଼ିକୁ ଫାଇଦା ହେବ। ଗୋଟିଏ ବର୍ଷରେ ସାଧାରଣତଃ ଡିଆର ଦୁଇଥର ବୃଦ୍ଧି ପାଇଥାଏ।

Get real time updates directly on you device, subscribe now.