fbpx

(Video) କୁମାର ପୂର୍ଣ୍ଣିମାରେ ହୋଇଥାଏ କୁମାରୀ ବିବାହ: ଜାଣନ୍ତୁ ଏହି ନିଆରା ପରମ୍ପରା ବିଷୟରେ

Advertisement

ଅସ୍ତରଙ୍ଗ: ବ୍ୟାଣ୍ଡ୍ ବାଜା ସହ ରୋଶଣୀ କରି ଆସିଲା ବର, ସାଥିରେ ଅଛନ୍ତି ବରଯାତ୍ରୀ । ବେଦୀ ଉପରେ ପଡ଼ିଲା ହାତଗଣ୍ଠି । ସଂପୂର୍ଣ୍ଣ ରିତୀନୀତିରେ ହେଲା ବିବାହ । ଝିଅ ବିଦା ହୋଇ ଗଲା ଶାଶୁଘରକୁ । ହେଲେ ଏଠି କିନ୍ତୁ ଏହି ବିବାହ ସାଧାରଣ ନଥିଲା । କାରଣ ଏମାନେ ବର କନିଆ ନୁହଁନ୍ତି, ହଁ ଆଜ୍ଞା ଇୟେ ହେଉଛନ୍ତି କୁମାରୀ ବରକୁ ପୁଣି କୁମାରୀ କନିଆ । କଥାଟା ଟିକିଏ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ହେଲେ ବର କନିଆ ଉଭୟେ ହେଉଛନ୍ତି କୁମାରୀ ଝିଅ । ଝିଅ ସାଜିଛି ବର । ଆଉ ଝିଅ ବି ଏଠି ହେଉଛନ୍ତି କନିଆ । ଏହି ଅଭିନବ ବିବାହକୁ ଯିଏ ବି ଦେଖିବ, ମନରେ ପ୍ରଶ୍ନ ଆସିବ କାହିଁକି ଝିଅ ଝିଅଙ୍କର ଏଠି ଏମିତି ବିବାହ କରାଯାଇଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମରେ ।

ପ୍ରକୃତରେ ଏହି ନିଆରା ବିବାହ ବାସ୍ତବ ନୁହେଁ । ଏହା ହେଉଛି ଗାଁର ଏକ ପରମ୍ପରା । ହଁ ଆଜ୍ଞା ଏହି ଗାଁର ପରମ୍ପରା ପୁଣି ଦୀର୍ଘ ୬ ବର୍ଷ ଧରି ପାଳନ କରାଯାଉଛି । ଗାଁରେ କୁମାର ପୂର୍ଣ୍ଣିମା ଅବସରରେ କୁମାରୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । କୁମାର ପୂର୍ଣ୍ଣିମାରେ ଗତ ୬ ବର୍ଷ ହେଲା ଅଭିନବ ଉପାୟରେ ମଧୁପୁର ଗ୍ରାମର ଝିଅମାନଙ୍କ ମଧ୍ୟରେ ବର ଓ କନ୍ୟା ହୋଇ ବିବାହ ହୋଇଥାଏ ।

ଏଥର ମଧ୍ୟ ଖୁବ ଧୁମଧାମ୍ ରେ ଏହି ବାହାଘର ଆୟୋଜନ କରାଯାଇଥିଲା । ପୁରା ଗାଁ ଏହି ବାହାଘରରେ ମସଗୁଲ ହୋଇଥିଲେ । ବର କନ୍ୟା ବେଶରେ ଉଭୟ ସଜାଇ ହୋଇଥିଲେ ଏବଂ କୁମାର ପୂର୍ଣ୍ଣିମା ର ଯେଉଁ ରୀତିନୀତି ରହିଛି ସେହି ରୀତିନୀତି ଅନୁସାରେ ଏହି ଦୁଇ ଝିଅଙ୍କର ବିବାହ ହୋଇଥିଲା । ଦୁଇ ଜଣ ଝିଅ ବର କନ୍ୟା ବେଶରେ ସଜେଇ ହୋଇଥିଲେ । ବ୍ରାହ୍ମଣ ମନ୍ତ୍ର ପାଠ ସହ ରୀତିନୀତି ରେ ଅନୁସାରେ ଏହି ଦୁଇ ଝିଅ ଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଥିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.