fbpx

ଆଦିମ ଜନଜାତିଙ୍କ ନିଆରା ପରମ୍ପରା: ବହୁ ପ୍ରସିଦ୍ଧ ମା ସୁନାଦେଇଙ୍କ ପବିତ୍ର ଛତର ଯାତ୍ରା

ନୂଆପଡା ଜିଲ୍ଲାର ବହୁ ପ୍ରସିଦ୍ଧ ଯାତ୍ରା ସୁନାଦେଇ ଛତର ଯାତ୍ରା । ଚଳିତ ବର୍ଷ ମଧ୍ୟ ରୀତିନୀତିରେ ଏହି ଛତରା ଯାତ୍ରା ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଭଳି ଏଥର ବି ବୋଦାବଳିରେ ରକ୍ତ ରଞ୍ଜିତ ହୋଇଛି ମା’ ସୁନାଦେଇଙ୍କ ପୀଠ । ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ପୀଠରେ ବଳି ପକାଇବା ସହ ଦେବୀଙ୍କୁ ଦର୍ଶନ କରିଛନ୍ତି । ବିଶ୍ବାସ ରହିଛି ଛତର ଯାତ୍ରାରେ ମା’ଙ୍କୁ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ।

ସୁନାବେଡା ଅଭୟାରଣ୍ୟରେ ବାସ କରୁଥିବା ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ସୁନାଦେଇ । ସମୁଦ୍ର ପତ୍ତନ ଠାରୁ ସାଢେ ୩ ହଜାର ବର୍ଗଫୁଟ ଉଚ୍ଚ ପର୍ବତ ଶୀର୍ଷରେ ଅବସ୍ଥିତ ବହୁଚର୍ଚ୍ଚିତ ସୁନାବେଡା ଅଭୟାରଣ୍ୟ । କରୋନା କଟକଣା ପରେ ବଡ ଧୁମଧାମରେ ମା’ଙ୍କର ଏହି ପବିତ୍ର ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ପାଇଁ ମା’ ସୁନାଦେଇ ପୀଠରେ ଲୋକାରଣ୍ୟ ଦେଖିବାକୁ ମିଳିଥିଲା ।

କୋଭିଡ କଟକଣା ପାଇଁ ଦୁଇ ବର୍ଷ ପରେ ପୁଣି ସୁନାବେଡା ଅଭୟାରଣ୍ୟରେ ଗହଳି ଲାଗିଛି । ସୁନାଦେଇ ମା’ଙ୍କୁ ବର୍ଷକୁ ୨ ଥର ପୂଜା କରାଯାଏ । ଚୈତ୍ର ମାସରେ ଚୈତ୍ରା ପର୍ବ ଏବଂ ଆଶ୍ବିନ ମାସରେ ବହୁ ପ୍ରସିଦ୍ଧ ଛତର ଯାତ୍ରା ଏଠାରେ ପାଳିତ ହୋଇଥାଏ । ତେବେ ୮୪ ଟି ଗାଁର ଗୌତିଆ ସେବାୟତ, ବାଡିବାଲା, ବାଜାବାଲା, ଛତ୍ରୀୟାଙ୍କ ଦ୍ଵାରା ମା’ ପୂଜା ପାଉଛନ୍ତି ମା ସୁନାଦେଇ । ଏଠାରେ କିଛଇ ନିଆରା ପରମ୍ପରା ମଧ୍ୟ ଦେକିବାକୁ ମିଳିଥାଏ । ଆଦିମ ଜନଜାତିଙ୍କ ଏକ ନିଆରା ପରମ୍ପରା ରହିଛି । ମା’ ଙ୍କ ଛତର ଯାତ୍ରା ପାଳିତ ନ ହେବା ଯାଏଁ ସେମାନେ ବିବାହ, ବ୍ରତ ଆଦି ଶୁଭକାମ କରନ୍ତି ନାହିଁ । ସେହିଭଳି ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ସ୍ପର୍ଶ କରନ୍ତି ନାହିଁ ।

Get real time updates directly on you device, subscribe now.