fbpx

ଭାରତ ଏବଂ ପାକିସ୍ତାନର ଏହି ଦୁଇ ଖେଳାଳି ଜିତିଲେ ICC Player of the Month

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସେପ୍ଟମ୍ବର ମାସ ପାଇଁ ଶ୍ରେଷ୍ଠ ଖେଳାଳି ଘୋଷଣା କରିଛି। ଭାରତ ଏବଂ ପାକିସ୍ତାନର ପୁରୁଷ ଏବଂ ମହିଳା ଦଳର ଦୁଇ ଖେଳାଳି ଏହି ପୁରସ୍କାର ପାଇଁ ମମନୋନିତ ହୋଇଛନ୍ତି। ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଏବଂ ପାକିସ୍ତାନ ପୁରୁଷ ବିଭାଗରେ ଦଳର ଉଇକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମଦ ରିଜୱାନ୍ ଏହି ସପଳତା ହାସଲ କରିଛନ୍ତି।

ମହିଳା କ୍ରିକେଟ୍ ପୁରସ୍କାର ପାଇଁ ଯେଉଁ ଖେଳାଳିମାନଙ୍କ ନାମ ସର୍ଟଲିଷ୍ଟ କରାଯାଇଥିଲା, ସେମାନଙ୍କ ମଧ୍ୟରେ ମହିଳା ଟି-୨୦ ବିଶ୍ୱକପ୍ କ୍ୱାଲିଫାୟରରେ ଜବରଦସ୍ତ ପ୍ରଦର୍ଶନ କରିଥିବା ବଂଲାଦେଶର ନିଗାର ସୁଲତାନା ଏବଂ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଏବଂ ସ୍ମୃତୀ ମାନ୍ଧାନାଙ୍କ ନାମ ଥିଲା। କିନ୍ତୁ ହରମପ୍ରୀତ ମାନ୍ଧାନାଙ୍କୁ ପଛରେ ପକାଇ ଏହି ପୁରସ୍କାର ନିଜ ନାମରେ କରିଥିଲେ।

ଗତ ମାସରେ ଭାରତ ଇଂଲଣ୍ଡକୁ ତାର ଘରୋଇ ମମାଟିରେ ୩-୦ରେ ପରାସ୍ତ କରି ଦିନିକିଆ ସିରିଜ ମୁଳପୋଛ କରିଥିଲା। ଏହା ସହିତ ୧୯୯୯ ପରେ ଭାରତୀୟ ମହିଳା ଦଳ ଇଂଲଣ୍ଡରେ ପ୍ରଥମ ଥର ପାଇଁ ଦିନିକିଆ ସିରିଜ ଜିତିଥିଲା। ଏହି ସିରିଜରେ ହରମନପ୍ରିତ କୌର ୨୨୧ରନ୍ କରିଥିଲେ। ପ୍ରଥମ ମ୍ୟାଚ୍ ରେ ଅପରାଜିତ ୭୪ ରନ୍ ଏବଂ ଦ୍ୱିତୀୟ ମ୍ୟାଚ୍ ରେ ୧୧୧ ବଲ୍ ୧୪୩ ରନ୍ ର ପାଳି ଖେଳଥିଲେ।

ସେହିପରି ପୁରୁଷ ବିଭାଗରେ ଅଷ୍ଟ୍ରେଲିଆର କାମରେନ୍ ଗ୍ରୀନଙ୍କ ସହିତ ଭାରତର ଅକ୍ଷର ପଟେଲଙ୍କ ସହିତ ରିଜବାନଙ୍କ ନାମ ସର୍ଟଲିଷ୍ଟ ହୋଇଥିଲା। କିନ୍ତୁ ରିଜୱାନ ତାଙ୍କର ଦମଦାର ପ୍ରଦର୍ଶନ ବଳରେ ପ୍ରଥମ ଥର ପାଇଁ ଏହି ପପୁରସ୍କାର ଜିତିବାରେ ସଫଳ ହୋଇଥିଲେ। ରିଜୱାନ୍ ଇଂଲଣ୍ଡ ବିପକ୍ଷରେ ୭ ମ୍ୟାଚ୍ ବିଶିଷ୍ଟ ରେ ୩୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ସେହିପରି ଗତ ମାସରେ ସେ ଅନ୍ତର୍ଜାତୀୟ ମ୍ୟାଚ୍ ରେ ୫୦୦ରୁ ଅଧିକ ରନ୍ କରିଥିଲେ।

ଏହି ପୁରସ୍କାର ପରେ ରିଜୱାନ୍ କହିଛନ୍ତି ଯେ, ଏହିଭଳି ଉପଲବ୍ଧି ପରେ ଆପନଙ୍କ ମନୋବଳ ଦୃଢ ହୋଇଥାଏ। ସେ ତାଙ୍କର ପ୍ରଦର୍ଶନକୁ ନେଇ ଖୁସି ଥିବା ବେଳେ ଅଷ୍ଟ୍ରେଲିଆରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକଟ କରିଛନ୍ତି। ଏହି ପୁରସ୍କାରକୁ ସେ ପାକିସ୍ତାନରେ ଆସିଥିବା ପ୍ରଳୟକାରୀ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ସମର୍ପିତ କରିଥିଲେ।

Get real time updates directly on you device, subscribe now.