fbpx

ସରକାରୀ କର୍ମଚାରୀଙ୍କୁ ଦୀପାବଳୀ ଉପହାର: ବୋନସ୍ ସହିତ ମିଳିବ ୩ ମାସର ବକେୟା DA ଟଙ୍କା, ଜାଣନ୍ତୁ କେବେ

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳୀ ପୂର୍ବରୁ ବଡ଼ ଖୁସିଖବର ମିଳିବାକୁ ଯାଉଛି । ସରକାରୀ କର୍ମଚାରୀଙ୍କର ଏବର୍ଷ ଦୀପାବଳୀ ଧମାକେଦାର ହେବ । କର୍ମଚାରୀଙ୍କ ଦରମା ୨ ଦିନ ପରେ ଅର୍ଥାତ୍ ଅକ୍ଟୋବର ୩୧ରେ ମିଳିଯିବ । ଅକ୍ଟୋବର ମାସର ଦରମାରେ କର୍ମଚାରୀଙ୍କ ଦୀପାବଳୀ ବୋନସ୍ ଆସିବ ।

ତେବେ କେନ୍ଦ୍ର ସରକାର ଦୀପାବଳୀ ବୋନସ ସହିତ ୩୧ % ମହାଙ୍ଗା ଭତ୍ତା ବା ଡିଏ ମଧ୍ୟ ଦେବେ । ଏହା ୧ ଜୁଲାଇ ୨୦୨୦୧ରୁ ଲାଗୁ ହେବ, ଅର୍ଥାତ୍ କର୍ମଚାରୀଙ୍କୁ ୩ ମାସର ବକେୟା ଡିଏ ମିଳିବ । କର୍ମଚାରୀଙ୍କୁ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ବକେୟା ବି ଅକ୍ଟୋବର ମାସର ଦରମା ସହିତ ଦେବେ କେନ୍ଦ୍ର ସରକାର ।

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ କେନ୍ଦ୍ରରୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଡିଏ ଓ ଡିଆର ଉପରେ ୨୮%ରୁ ୩ ପ୍ରତିଶତ ବଢ଼ାଇବାକୁ ମଞ୍ଜୁରୀ ଦେଇଥିଲେ । ଏହି ମଞ୍ଜୁରୀ ପରେ ଡିଏ ବଢ଼ି ୩୧ ପ୍ରତିଶତ ହୋଇଛି, ଯାହାକି ୧ ଜୁଲାଇ ୨୦୨୧ରୁ ଲାଗୁ ହେବ ।

Get real time updates directly on you device, subscribe now.