fbpx

ଗ୍ରାହକଙ୍କ ପାଇଁ ଖୁସି ଖବର: ଗଣତନ୍ତ୍ର ଦିବସ ଅବସରରେ ତେଲ ଦରରେ ସାମାନ୍ୟ ହ୍ରାସ

ଓଡିଶା ଭାସ୍କର: ଭାରତରେ ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସ୍ଥିର କରନ୍ତି। ଏହା ସହ ବିଶ୍ୱର ଅଶୋଧିତ ତୈଳ ମୂଲ୍ୟ ଉପରେ ଏହି ହାର ସ୍ଥିର କରାଯାଇଥାଏ। ତେବେ ଏହି ଆଧାରରେ ଆଜି ଅର୍ଥାତ ଜାନୁଆରୀ ୨୬ ତାରିଖରେ ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।

ସୂଚନା ଅନୁଯାୟୀ, ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୩.୧୯ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୭୬ ରହିଛି । ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୬.୭୨ ରହିଥିବା ବେଳେ ଡିଜେଲ(୧ ଲିଟର) ୮୯.୬୨ ରହିଛି । ଅନ୍ୟପଟେ କୋଲକାତାରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୦୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୨୪ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୩୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୭ ରହିଛି। ତେବେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୨.୬୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୪ ରହିଛି।

 

Get real time updates directly on you device, subscribe now.