fbpx

ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସିଖବର! ବ୍ୟାଟେରୀ ସ୍ୱାପିଂ ପଲିସି ହେଲା ଘୋଷଣା, ରହିବନି ଚାର୍ଜିଂ ଟେନସନ୍

Advertisement

ନୂଆଦିଲ୍ଲୀ: ଯଦି ଆପଣ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଚାହୁଁଛନ୍ତି କିମ୍ବା କିଣିଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସିର ଖବର । ଚଳିତ ଥରର ବଜେଟ୍ ରେ ସରକାର ବ୍ୟାଟେରୀ ସ୍ୱାପିଂ ପଲିସି ନେଇ ଘୋଷଣା କରିଛନ୍ତି । ଏହା ଅଧୀନରେ ଏବେ ଲୋକଙ୍କୁ ବ୍ୟାଟେରୀ ଚାର୍ଜ କରିବାକୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । କାରଣ ଏହି ପଲିସିରେ ଆପଣଙ୍କୁ ବ୍ୟାଟେରୀ ବଦଳାଇବା ନେଇ ସୁବିଧା ଦିଆଯିବ । ଅର୍ଥାତ୍ ଆପଣଙ୍କୁ କୌଣସି ଚାର୍ଜିି ଷ୍ଟେସନ୍ କୁ ଯିବାକୁ ପଡ଼ିବ ନାହିଁ । ଏହା ପରିବର୍ତ୍ତେ ଚାର୍ଜ ହୋଇଥିବା ବ୍ୟାଟେରୀ ଆପଣ ନିଜ ଗାଡ଼ିରେ ଲଗାଇପାରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଇଲେକ୍ଟ୍ରିକ୍ ଗାଡ଼ି ଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବା ଦରକାର ।

କଣ ଏହି ବ୍ୟାଟେରୀ ସ୍ୱାପିଂ ପଲିସି?

ଯଦି ଆପଣଙ୍କ ବ୍ୟ।।ଟେରୀ ଗାଡ଼ି ଡିସଚାର୍ଜ ହୋଇଯାଇଛି ତେବେ ଏହାକୁ ଆପଣ ବଦଳାଇପାରିବେ । ଅର୍ଥାତ୍ ଚାର୍ଜ ହୋଇଥିବା ବ୍ୟାଟେରୀକୁ ଆପଣ ରିପ୍ଲେସ୍ କରିପାରିବେ । ଏହା ଫଳରେ ଗାଡ଼ିର ଏକ ଅଲଗା ପାର୍ଟ ହେବ । ଏହା ଦ୍ୱାରା ଗାଡ଼ିର ଦାମ୍ ରେ ମଧ୍ୟ ହ୍ରାସ ଘଟିବ । ଏହାସହିତ କୌଣସି ଚାର୍ଜିଂ ଷ୍ଟେସନ୍ କୁ ଯିବାକୁ ବି ପଡ଼ିବ ନାହିଁ । କାରଣ ଦେଶରେ ଚାର୍ଜିଂ ଷ୍ଟେସନ୍ ଖୁବ୍ କମ୍ ରହିଛି । ଫଳରେ ଇଲେକ୍ଟ୍ରିକ୍ ଗାଡ଼ି ଚାର୍ଜ କରିବାକୁ ଅସୁବିଧା ହେଉଛି । ଏହାଦ୍ୱାରା ଫାଇଦା ହେବ ଯେ, ଲୋକମାନେ ଏଣିକି ବିନା ବ୍ୟାଟେରୀ ଗାଡ଼ି କିଣିପାରିବେ ଏବଂ ଅନ୍ୟ କୌଣସି କମ୍ପାନୀର ବ୍ୟାଟେରୀ ଆଣି ଲଗାଇପାରିବେ । ଏହାସହ ବଦଳାଇ ମଧ୍ୟ ପାରିବେ ।

Get real time updates directly on you device, subscribe now.