fbpx
BSKY
BJD SHG SKY
BJD YOUTH SKY

ଚାଷୀଙ୍କୁ ଖୁସିଖବର ଦେଲେ ସରକାର: ଏହି ଦିନ ଆକାଉଣ୍ଟକୁ ଆସିବ ପିଏମ କିଷାନର ୧୨ତମ କିସ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ଅପେକ୍ଷା କରିଥିବା ଚାଷୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଚଳିତ ମାସରେ ଚାଷୀଙ୍କୁ ମିଳିଯିବ ପିଏମ କିଷାନର ୧୨ତମ କିସ୍ତିର ଟଙ୍କା । ଅବଶ୍ୟ ଯେଉଁମାନେ ଇ-କେୱାଇସି କରିନାହାନ୍ତି, ସେମାନଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ୩୧ ଅଗଷ୍ଟ ପର୍ଯ୍ୟନ୍ତ ଇ-କେୱାଇସି କରିବାର ଡେଡଲାଇନ୍ ଥିଲା ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ବିଷୟରେ ସୂଚନା ପ୍ରଦାନ କରି ମୁଖ୍ୟ ଶାସନ ସଚିବ ଡକ୍ଟର ଅରୁଣ କୁମାର ମେହେତା କହିଛନ୍ତି ଯେ, ଆଧାର ସହ ଜଡ଼ିତ ଆକାଉଣ୍ଟରେ ହିଁ ଦ୍ୱାଦଶ କିସ୍ତିର ୨,୦୦୦ ଟଙ୍କା ଟ୍ରାନ୍ସଫର ହେବ । ସେପ୍ଟେମ୍ବର ୫ ସୁଦ୍ଧା ସମସ୍ତ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଆସିବାର ଆଶା କରାଯାଉଛି । ଏହି ସମୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳୁଥିବା ସୁବିଧାକୁ ବନ୍ଦ କରିବା ଓ ଟଙ୍କା ଫେରସ୍ତ ଆଣିବା ଉପରେ ସରକାର ଫୋକସ୍ କରିଛନ୍ତି । ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି ।

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Get real time updates directly on you device, subscribe now.