fbpx

ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ଘରକୁ ୫ ବର୍ଷ ପାଇଁ ଲିଜରେ ନେଲେ ବିରାଟ କୋହଲି: କରିବେ ଏହି କାମ

ମୁମ୍ବାଇ:ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ପତ୍ନି ଅନୁଷ୍କା ଶର୍ମା ଅଲିବାଗରେ ଏକ ଫାର୍ମ ହାଉସ ପାଇଁ ୮ ଏକରର ଜାଗା କିଣିଥିବା ବେଳେ, ଗୌରୀ କୁଞ୍ଜରେ ଏକ ଜାଗାକୁ ୫ ବର୍ଷ ପାଇଁ ଲିଜରେ ନେଇଛନ୍ତି । ଯେଉଁଠାରେ ସେ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ନିଷ୍ପତି ନେଇଛନ୍ତି । ତେବ ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି ଗୌରୀ କୁଞ୍ଜରେ ୫ ବର୍ଷ ପାଇଁ ଲିଜରେ ନେଇଥିବା ଜାଗା ହେଉଛି କିମ୍ବଦନ୍ତି ଗାୟକ କିଶୋର କୁମାରଙ୍କ ବଙ୍ଗଳା ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଗୌରୀ କୁଞ୍ଜରେ କୋହଲି ଏକ ହାଇ ଗ୍ରେଡ ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଛନ୍ତି । ଯାହାର କାମ ଦ୍ରୁତ ଗତିରେ ଚାଲିଛି ଏବଂ ଶୀଘ୍ର ଶେଷ ହେବ ବୋଲି ବିରାଟ କହିଛନ୍ତି । ତେବେ କିଶୋର କୁମାରଙ୍କ ବଙ୍ଗଳାରେ ରେଷ୍ଟୁରାଣ୍ଟ ହେବା କଥାକୁ ନିଜେ କିଶୋର କୁମାରଙ୍କ ପୁଅ ଅମିତ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କିଛି ଦିନ ପୂର୍ବରୁ ବିରାଟ କୋହଲି ତାଙ୍କୁ ଭେଟିଥିଲେ ଏବଂ ସେ ଗାୟକ କିଶୋର କୁମାର ଅର୍ଥାତ ତାଙ୍କ ବାପାଙ୍କ ବଙ୍ଗଳାରେ ରେଷ୍ଟୁରାଣ୍ଟ କରିବାକୁ ପ୍ରସ୍ତାବ ଦେଇଥିଲେ । ଯେଉଁଥିରେ ରାଜି ହୋଇ ଯାଇଥିଲେ ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ପୁଅ ଅମିତ କୁମାର ।

ଡିଲ ଫାଇନାଲ ହେବା ପରେ ବର୍ତ୍ତମାନ କିମ୍ବଦନ୍ତି ଗାୟକ କିଶୋର କୁମାରଙ୍କ ବଙ୍ଗଳାକୁ ୫ ବର୍ଷ ପାଇଁ ବିରାଟ କୋହଲି ଲିଜରେ ନେଇଛନ୍ତି । ତେବେ ୯୦୦ କୋଟିର ମାଲିକ ବିରାଟ କୋହଲି ନିକଟରେ ଅଲିବାଗରେ ୮ଏକରର ଏକ ଜାଗା କିଣିଛନ୍ତି । ଯାହାର ମୂଲ୍ୟ ୧୯.୧୫ କୋଟି ବୋଲି ଜଣା ପଡିଛି । ବିରାଟଙ୍କ ପୂର୍ବରୁ ପୂର୍ବତନ ଟିମ୍ ଇଣ୍ଡିଆର କୋଚ ରବି ଶାସ୍ତ୍ରୀ ଏବଂ କ୍ରିକେଟର ରୋହିତ ଶର୍ମା ମଧ୍ୟ ଅଲିବାଗରେ ଜାଗା କିଣିଛନ୍ତି ।

Get real time updates directly on you device, subscribe now.