fbpx
BSKY
BJD SHG SKY
BJD YOUTH SKY

(Video) ଆପ୍ ବିଧାୟିକା ପତ୍ନୀଙ୍କୁ ଶକ୍ତ ଚାପୁଡ଼ା ମାରିଲେ ସ୍ୱାମୀ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପଞ୍ଜାବରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପଟେ ସରକାର ମହିଳାଙ୍କ ସୁରକ୍ଷା କଥା କହୁଥିବା ବେଳେ ଅନ୍ୟପଟେ ସେମାନଙ୍କ ନେତାମାନେ ହିଁ ସେମାନଙ୍କ ବିରୋଧରେ ପଦକ୍ଷେପ ନେଉଥିବାର ଦେଖାଯାଉଛି । ପଞ୍ଜାବରେ ଏପରି କିଛି ଦେଖିବାକୁ ମିଳିଛି । ମହିଳାଙ୍କ ପାଇଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ଆମ୍ ଆଦବୀ ପାର୍ଟିର ଜଣେ ବିଧାୟିକା ଘରୋଇ ହିଂସାରେ ହଇରାଣ ହରକତ ହୋଇଛନ୍ତି । ଭାଇରାଲ ଭିଡିଓରେ ଆମ୍ ଆଦମୀ ପାର୍ଟିର ବିଧାୟିକା ବଲଜିନ୍ଦର କୌରଙ୍କୁ ତାଙ୍କ ପତି ଚାପୁଡ଼ା ମାରିଥିବା ନଜର ଆସିଛନ୍ତି ।

ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ସ୍ୱାମୀ ବଲଜିନ୍ଦର କୌର କ୍ରୋଧରେ କିଛି କଥାକୁ ନେଇ ଚାପୁଡ଼ା ମାରିଛନ୍ତି, ଯାହା ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ତାଙ୍କ ସ୍ୱାମୀଙ୍କୁ ଏପରି କରିବାରୁ ଅଟକାଇ ଥିଲେ । ସୂଚନା ଅନୁଯାୟୀ, ଏହି ଭିଡିଓଟି ୧୦ ଜୁଲାଇର ଅଟେ । ଏହି ୫୦ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସ୍ୱାମୀଙ୍କ ଦ୍ୱାରା ବିଧାୟିକାଙ୍କ ଉପରେ ଆକ୍ରମଣର ସମ୍ପୂର୍ଣ୍ଣ ଘଟଣା ତାଙ୍କ ଘରର CCTV କ୍ୟାମେରାରେ ରେକର୍ଡ ହୋଇଥିଲା । ଏହି ଘଟଣାରେ ବଲଜିନ୍ଦର କୌର ଏବଂ ତାଙ୍କ ସ୍ୱାମୀଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Get real time updates directly on you device, subscribe now.