fbpx

Gmail ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର! ଏବେ ତୁରନ୍ତ ଇଂରାଜୀରେ ଲେଖନ୍ତୁ ମେଲ

ନୂଆଦିଲ୍ଲୀ : Gmail ଏବେ ନୂଆ ଫିଚର ବାହାର କରିଛି । ଯାହା କି ମୋବାଇଲ ବ୍ୟବହାରୀଙ୍କୁ ଶୀଘ୍ର ଇଂରାଜୀରେ ଇମେଲ ଲେଖିବାରେ ସାହାର୍ଯ୍ୟ କରିବ । ଏହି ଫିଚରଟି ସେହି ଲୋକଙ୍କ ପାଇଁ ଲାଭ ଦାୟକ, ଯେଉଁମାନେ ଇଂରାଜୀରେ ମେଲ କରିବାରେ ଭଲ ନୁହଁନ୍ତି । ଏହି ଫିଚର ଦ୍ୱାରା ବ୍ୟବହାରକାରୀ ନିଜ ନିଜର ଭାଷାରେ ମେଲ ଲେଖି ପାରିବ, ଏହା ପରେ ଜିମେଲ ତାହାକୁ ଇଂରାଜୀରେ ଅନୁବାଦ କରିଦେବ । ଏହି ଫିଚର ବ୍ୟବସାୟୀ ବ୍ୟବହାରକାରୀଙ୍କ ପାଇଁ ଅଧିକ ଲାଭଦାୟକ ଅଟେ, ଯେଉଁମାନେ କି ଅଧିକାଂଶ ବିଦେଶର ଦେଶ ସହ କାମ କରନ୍ତି । ଏହି ଫିଚରରେ ସେମାନେ କୌଣସି ଅସୁବିଧା ବିନା ଇଂରାଜୀରେ ମେଲ କରିପାରିବେ ।

କିପରି କରିପାରିବେ ଅନୁବାଦ : ଏହା ବ୍ୟବହାରକାରୀମାନଙ୍କୁ ଯେକୌଣସି ଭାଷାର ବାର୍ତ୍ତାକୁ ପଢିବା ଏବଂ ବୁଝିବାରେ ସାହାଯ୍ୟ କରିବ । ମୋବାଇଲରେ ବାର୍ତ୍ତା ଅନୁବାଦ କରିବାକୁ ହେଲେ ବ୍ୟବହାରକାରୀ ମାନଙ୍କୁ କେବଳ ବ୍ୟାନରରେ ‘ଅନୁବାଦ’ ବିକଳ୍ପ ବାଛିନ୍ତୁ । ଏହାପରେ ନିଜର ପସନ୍ଦିତ ଭାଷାକୁ ବାଛିବା ଆବଶ୍ୟକ । ଗୁଗଲର କହିବା ଅନୁସାରେ, ଏହି ବ୍ୟାନର ସେତେବେଳେ ଦେଖାଯାଇଥାଏ, ଯେତେବେଳେ କୌଣସି ବାର୍ତ୍ତାର ବିଷୟବସ୍ତୁକୁ ନିଜ ଭାଷାର ଆକାଉଣ୍ଟ ସେଟିଙ୍ଗରେ ‘ଗୁଗଲ ଡଟ କମ ମେଲ ଡିସପ୍ଲେ ଭାଷା’ ଠାରୁ ଅଲଗା ହୋଇଥାଏ । ଏହି ଫିଚରରେ ଅଧିକ ଭାଷା ଉପଲବ୍ଧ ରହିଛି । ଏହାକୁ ବ୍ୟବହାର କରିବା ପାଇଁ, ଆପଣଙ୍କୁ କେବଳ ନିଜର ଭାଷା ବାଛିବାକୁ ହେବ ଏବଂ ମେଲକୁ ଲେଖିବା ଆରମ୍ଭ କରିବାକୁ ହେବ । ଜିମେଲ ଆପଣଙ୍କୁ ଇଂରାଜୀରେ ଅନୁବାଦ କରିବ ।

ଆପଣ ଅନୁବାଦ ହୋଇଥିବା ମେଲକୁ ଶୁଣି ପାରିବେ ଏବଂ ଦେଖି ପାରିବେ । ଏହା ବ୍ୟତୀତ ଅନୁବାଦ ହୋଇଥରବା ମେଲକୁ ତୃଟି ଥିଲେ ବଦଳାଇ ମଧ୍ୟ ପାରିବେ । ବ୍ୟବହାରକାରୀମାନେ ଚୟନ କରିପାରିବେ ଯେ, ଜିମେଲରେ ସବୁବେଳେ ନିର୍ଦ୍ଦିଷ୍ଟ ଭାଷା ଅନୁବାଦ କରାଯିବ କିମ୍ବା ଭାଷାକୁ ବଦଳାଯିବ । ଏହା ବ୍ୟତୀତ ଏହି ଫିଚରରେ କୌଣସି ଆଡମିନ ନିୟନ୍ତ୍ରଣ ନାହିଁ ।

Get real time updates directly on you device, subscribe now.