fbpx
BJD SKY
BJD SKY

PayTm UPI ୟୁଜରଙ୍କ ପାଇଁ ଖୁସି ଖବର: ସର୍ଭିସ ବନ୍ଦ ନ କରିବା ପାଇଁ ରିଜର୍ଭ ବ୍ୟାଙ୍କର ପଦକ୍ଷେପ

BJD

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ ଆପ୍ ‘PayTm’ ଉପରେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ PayTmର UPI ସେବା ଉପରେ ମଧ୍ୟ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । PayTmର UPI ସେବା ବନ୍ଦ ନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ NPCIକୁ ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । NPCIକୁ କୁହାଯାଇଛି ଯେ, PayTm ଆପ୍ ରେ ସର୍ଭିସ ଜାରି ରହିବା ଉଚିତ୍ । ଏଥିପାଇଁ NPCI ପେମେଣ୍ଟ ସର୍ଭିସ ପ୍ରେଭାଇଡର ଭାବରେ ହାଇ ଭଲ୍ୟୁମ୍ ର UPI Transaction କ୍ଷମତା ଥିବା ୪-୫ ବ୍ୟାଙ୍କ ସହ ପ୍ରମଣପତ୍ରର ସୁବିଧା ଦେବାକୁ କହିଛି ରିଜର୍ଭ ବ୍ୟାଙ୍କ ।

ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ, ମାର୍ଚ୍ଚ ୧୫ ତାରିଖର PayTm Payments Bank ବନ୍ଦ ହେବାକୁ ଯାଉଛି । ତେଣୁ ଏହାପରେ UPI ଟ୍ରାଞ୍ଜାକ୍ସନ ଜାରି ରଖିବା ପାଇଁ PayTmକୁ ଥାର୍ଡ ପାର୍ଟି ଆପ୍ ପ୍ରୋଭାଇଡରର ଆବଶ୍ୟକ ରହିବ । ତେବେ NPCI ଦ୍ୱାରା ଅନୁମୋଦନ ପାଇଥିବା ବ୍ୟାଙ୍କ ହିଁ ଏହି ସୁବିଧା ପ୍ରଦାନ କରିପାରିବେ । ରିଜର୍ଭ ବ୍ୟାଙ୍କର ଏହି ଆଦେଶ ପରେ ଗ୍ରାହକଙ୍କୁ UPI ଆକାଉଣ୍ଟ ଟ୍ରାନ୍ସଫର କରିବାରେ ସହଜ ହୋଇପାରିବ । UPI ଖାତା ଆକ୍ଟିଭ ରଖିବା ପାଇଁ ବ୍ୟାଙ୍କ ଆକାଉଣ୍ଟ ସହ ଏହାକୁ ଲିଙ୍କ କରିବାର ଆବଶ୍ୟକ ହୋଇଥାଏ । ତେବେ ଅନେକ ଲୋକ ଏବେ ବି PayTm Payments Bank ଜରିଆରେ UPI ବ୍ୟବହାର କରିଥାନ୍ତି । କିନ୍ତୁ ମାର୍ଚ୍ଚ ୧୫ ତାରିଖରେ PayTm Payments Bank ବନ୍ଦ ହେବା ପୂର୍ବରୁ ୟୁଜରମାନଙ୍କୁ ନିଜ UPI କୁ ଅନ୍ୟ ବ୍ୟାଙ୍କ ସହ ସଂଯୋଗ କରିବାକୁ ପଡ଼ିବ । ନଚେତ ଏହାପରେ UPI ରେ ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ ସମ୍ପୃକ୍ତ ଗ୍ରାହକ ।

PayTmକୁ ସାହାଯ୍ୟ କରିବା ପାଇଁ PayTmର UPI ସେବା କାର୍ଯ୍ୟକ୍ଷମ ରହିବ ବୋଲି NPCIକୁ କହିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । NPCI ନେତୃତ୍ୱରେ ସମଗ୍ର ଦେଶରେ UPI କାରବାର କରାଯାଏ । RBI କହିଛି ଯେ, PayTm ୟୁଜର୍ସଙ୍କୁ ୪ ରୁ ୫ ଟି ବ୍ୟାଙ୍କର ବିକଳ୍ପ ଯୋଗାଇବାରେ NPCI ସାହାଯ୍ୟ କରିବା ଉଚିତ, ଯାହା ଦ୍ୱାରା ୟୁଜର୍ସ ସହଜରେ ନିଜ UPI ଆକାଉଣ୍ଟକୁ ନୂଆ ବ୍ୟାଙ୍କ ସହିତ ଯୋଡିପାରିବେ ଏବଂ ମାର୍ଚ୍ଚ ୧୫ ପରେ ସେମାନଙ୍କର UPI ସେବା ଜାରି ରଖିପାରିବେ।

Get real time updates directly on you device, subscribe now.