fbpx

‘ରାଞ୍ଚି’ ପିଚକୁ ନେଇ ଆରମ୍ଭ ହେଲା ବିବାଦ: ସିରିଜ ପରାଜୟ ଭୟରେ କାନ୍ଦୁଛି ଇଂଲଣ୍ଡ

ନୂଆଦିଲ୍ଲୀ: ରାଞ୍ଚିର ଜେସିଏ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ବିଜୟୀ ହୋଇ ସିରିଜକୁ କବଜା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଚତୁର୍ଥ ଦିନର ପ୍ରଥମ ଦିନରେ ଭାରତ ପାଇଁ ଡେବ୍ୟୁ କରୁଥିବା ବୋଲର ଆକାଶ ଦୀପ୍ ଗୋଟିଏ ଇନିଂସରେ ଷ୍ଟାର ପାଲଟି ଯାଇଛନ୍ତି । କିନ୍ତୁ ଏହି ଷ୍ଟାଡିୟମ ଏବଂ ଏହାର ପିଚକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ । ଷ୍ଟାର ବ୍ୟାଟର ଜୋ ରୁଟ ଏହି ମ୍ୟାଚରେ ଶତକ ହାସଲ କରିଥିଲେ ମଧ୍ୟ ରାଞ୍ଚିର ପିଚକୁ ନେଇ ଷ୍ଟୋକ୍ସ ଅସନ୍ତୋଷ ଜାହିର କରିଛନ୍ତି ।

ରାଞ୍ଚିରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଖେଳ ଅପେକ୍ଷା ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ଏଠାକାର ପିଚ୍ । ପ୍ରଥମ ସେଶନରେ ସ୍ପିନର ରବିନ୍ଦ୍ର ଜାଡେଜାଙ୍କ ବଲ୍କ ଖୁବ ଟର୍ଣ୍ଣ ହେବା ସହ ତାଙ୍କୁ ଭଲ ବାଉନ୍ସ ମଧ୍ୟ ମିଳିଥିଲା । ସେହିପରି ଦ୍ରୁତ ବୋଲରଙ୍କ ବଲ୍ ଖୁବ ଅଧିକ ବାଉନ୍ସ ମଧ୍ୟ ହେଉଥିଲା । ଯାହାଫଳରେ ଇଂଲଣ୍ଡ ପାଇଁ ବ୍ୟାଟିଂ କଷ୍ଟକର ହୋଇ ପଡ଼ିଥିଲା । ଜାଡେଜାଙ୍କ ତଳୁଆ ବଲରେ LBW ଆଉଟ ହୋଇ ପାଭିଲିୟନ ଫେରିଛନ୍ତି ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ । ତେବେ ରାଞ୍ଚି ପିଚ୍ ରେ ଏଭଳି ସ୍ଥିତିକୁ ଦେଖି ଇଂଲଣ୍ଡ କାନ୍ଦିବା ଆରମ୍ଭ କରିଦେଇଛି ।

ranchi pitch

ଇଂଲଣ୍ଡ ପୂର୍ବ ଅଧିନାୟକ ଆଲେଷ୍ଟାର କୁକ୍ ବେନ୍ ଷ୍ଟୋକ୍ସଙ୍କ ୱିକେଟ ପରେ କହିଛନ୍ତି ଯେ, ଅନେକ ସମୟରେ ଜଣେ କ୍ରିକେଟର ଭାବରେ ମୁଣ୍ଡ ତଳକୁ କରି ଦିଅନ୍ତି ଏବଂ ଚିନ୍ତା କରନ୍ତି, ମୁଁ ଏମିତି ପରିସ୍ଥିତିରେ କିଛି କରିପାରିବି ନାହିଁ । ବେନ୍ ଷ୍ଟୋକ୍ସ ଜାଡେଜାଙ୍କ ବଲରେ ବ୍ୟାକ୍ ଫୁଟରେ ସିଧା ଖେଳି ଉଚିତ ଶଟ୍ ଖେଳିଛନ୍ତି । କିନ୍ତୁ ବଲ୍ ବ୍ୟାଟରେ ନ ବାଜି ପ୍ୟାଡରେ ବାଜିଥିଲା । ଏମିତି ଆଉଟ ହେବା ଦୁର୍ଭାଗ୍ୟ ବୋଲି କୁହାଯାଇପାରେ । ଏହାକୁ ନେଇ କିଛି କରା ଯାଇ ପାରିବ ନାହିଁ । ଏହାବ୍ୟତୀତ ମାେଇକେଲ ୱାନ୍ ମଧ୍ୟ ଏହି ପିଚକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ତେବେ ଉଭୟ ଦଳ ବୋଲିଂ ଏବଂ ବ୍ୟାଟିଂ ନ କରିବା ପର୍ଯ୍ୟନ୍ତ କୌଣସି ପିଚ ଉପରେ ବୟାନ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ମାଇକେଲ ୱାନ୍ ।

ସେପଟେ ଇଂଲଣ୍ଡ କ୍ରିକେଟରଙ୍କ ଏଭଳି ବୟାନ ସବୁ ଦଳର ଭୟ ବୋଲି ମଧ୍ୟ ଆଲୋଚନା ହେଉଛି । ସିରିଜ ହାରିବା ଲକ୍ଷରେ ଇଂଲଣ୍ଡ ଏମିତି ବାହାନା କରୁଥିବା କହିଛନ୍ତି କ୍ରିକେଟ ପ୍ରଶଂସକ । ପିଚ୍ ଖରାପ ହେଲେ ଇଂଲଣ୍ଡ ବ୍ୟାଟର ଜୋ ରୁଟ ଶତକ କିପରି ଅର୍ଜନ କଲେ ବୋଲି ପ୍ରଶ୍ନ ଉଠିଛି । ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ୭ ୱିକେଟ ହରାଇ ୩୦୨ ରନ୍ ସଂଗ୍ରହ କରିପାରିଛି । ଜୋ ରୁଟ ଏକମାତ୍ର ଖେଳାଳି ଭାବରେ ଶତକ ଅର୍ଜନ କରିଥିବା ବେଳେ ବେନ୍ ଫୋକ୍ସ ୪୭ ଏବଂ ଓପନର ଜ୍ୟାକ କ୍ରଲି ୪୨ ରନ୍ କରିଛନ୍ତି । ଭାରତ ପକ୍ଷରୁ ଡେବ୍ୟୁ କରି ଆକାଶ ଦୀପ୍ ୩ଟି ୱିକେଟ ହାସଲ କରିଛନ୍ତି ଏବଂ ସିରାଜ ୨ଟି ସଫଳତା ପାଇଛନ୍ତି । ଏହାବ୍ୟତୀତ ପ୍ରଥମ ଦିନରେ ଗୋଟିଏ ଲେଖାଏଁ ୱିକେଟ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି ଅଶ୍ୱୀନ ଏବଂ ଜାଡେଜା ।

Get real time updates directly on you device, subscribe now.