fbpx

ପେନସନଭୋଗୀମାନଙ୍କ ପାଇଁ ଖୁସି ଖବର! ସରକାରଙ୍କ ପକ୍ଷରୁ ବଢ଼ିଲା ଏହି ତାରିଖ

AAKASH

ନୂଆଦିଲ୍ଲୀ: ପେନସନଭୋଗୀମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଖୁସି ଖବର ରହିଛି । ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଜମା କରିବାର ତାରିଖକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାର ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ପ୍ରଦାନ ତାରିଖକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘କୋଭିଡ ମହାମାରୀ ଯୋଗୁୁଁ ଏହି ନିଷ୍ପତ୍ତି ନିଆଯାଇଛି । ପେନସନଭୋଗୀମାନଙ୍କ ପାଇଁ ଜୀବନ ପ୍ରମାଣପତ୍ର ଜମା କରିବାର ଶେଷ ତାରିଖ ନଭେମ୍ବର ୩୦ ଥିଲା । ପେନସନ୍ ପାଇବା ପାଇଁ ପେନସନଧାରୀମାନଙ୍କୁ ଜୀବନ ପ୍ରମାଣପତ୍ର ଦେବା ଆବଶ୍ୟକ ।’

ସିଂ କହିଛନ୍ତି ଯେ, ପେନସନଭୋଗୀମାନେ ବର୍ଦ୍ଧିତ ସମୟ ମଧ୍ୟରେ ନିଜେ ବ୍ରାଞ୍ଚକୁ ଯାଇ କିମ୍ବା ଡିଜିଟାଲରେ ଅନଲାଇନ୍ ମାଧ୍ୟମରେ ଏହି ପ୍ରମାଣପତ୍ର ଜମା କରିପାରିବେ । ପେନ୍ସନ୍ ବିତରଣ କରୁଥିବା ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଶାଖାରେ ଅତ୍ୟଧିକ ଭିଡ଼ ନହେବା ଏବଂ ସାମାଜିକ ଦୂରତା ପଦକ୍ଷେପଗୁଡ଼ିକର ଅନୁପାଳନ ପାଇଁ ଯଥେଷ୍ଟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.