fbpx
BSKY
BJD MS SKY
BJD YOUTH SKY

ଭାରତର ସବୁଠାରୁ ପାୱରଫୁଲ ମହିଳା ହେଲେ ନିର୍ମଳା, Forbes ପକ୍ଷରୁ ପ୍ରକାଶ ପାଇଲା ବିଶ୍ୱର ୧୦୦ ଜଣଙ୍କ ଲିଷ୍ଟ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଚର୍ଚ୍ଚିତ ମ୍ୟାଗାଜିନ୍ ଫୋର୍ବସ ପକ୍ଷରୁ ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ଏହି ଲିଷ୍ଟରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନ ପାଇଛନ୍ତି । ସେ ଏହି ପାୱରଫୁଲ ଲିଷ୍ଟରେ ୩୭ତମ ସ୍ଥାନରେ ରହିବା ସହ ଭାରତର ସବୁଠାରୁ ଶକ୍ତିଶାଳୀ ମହିଳା ବିବେଚିତ ହୋଇଛନ୍ତି । ଏହି ଲିଷ୍ଟ ମୁତାବକ, ନିର୍ମଳା ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ଜେନେଟ ୟେଲେନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ଫୋର୍ବସ ପକ୍ଷରୁ ବିଶ୍ୱର ମୋଟ ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଛି । ଦୁନିଆର ଅନ୍ୟତମ ଧନ୍ୟବ୍ୟକ୍ତି ଆମାଜନର ପ୍ରତିଷ୍ଠାତା ଜେଫ୍ ବୋଜେସଙ୍କ ପୂର୍ବତନ ପତ୍ନୀ ମ୍ୟାକେଞ୍ଜି ସ୍କଟ ଏକ ନମ୍ବର ଓ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ ଦୁଇ ନମ୍ବର ସ୍ଥାନରେ ରହିଛନ୍ତି । ପୂର୍ବାପେକ୍ଷା ଚଳିତ ଥର ନିର୍ମଳାଙ୍କ ସ୍ଥିତିରେ ବହୁତ ସୁଧାର ଆସିଥିବା ଜଣାପଡ଼ିଛି । ସେଥିରେ Nykaa ଫାଉଣ୍ଡର ତଥା ସିଇଓ ଫାଲଗୁନୀ ନାୟର ୮୮ତମ ସ୍ଥାନରେ ରହିଛନ୍ତି । ଭାରତର ମୋଟ ୪ ଜଣ ମହିଳା ଏହି ଲିଷ୍ଟରେ ସ୍ଥାନ ପାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏଚସିଏଲ ଟେକ୍ନୋଲୋଜିଜର ଅଧ୍ୟକ୍ଷା ରୋଶନୀ ନାଡର ମାଲହୋତ୍ରା ୫୨ତମ, ବିଟକଏନ ଖାଉଣ୍ଡର କିରଣ ମଜୁମଦାର ଶ’ ୭୨ତମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.